ଉଠାଦୋକାନୀଙ୍କ ପାଇଁ ବଡ ପ୍ୟାକେଜ୍

ଭୁବନେଶ୍ୱର,(ଏସ୍ ନ୍ୟୁଜ): ମହାମାରୀ କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । କରୋନା ଯୋଗୁଁ ରାଜ୍ୟରେ ସଟଡାଉନ ଓ ଲକଡାଉନ କଟକଣା ଜାରି ରହିଛି । ଏହାରି ଭିତରେ ପେଶି ହୋଇଯାଇଛନ୍ତି ଉଠା ଦୋକାନୀ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର (street vendor) ଉଠାଦୋକାନୀଙ୍କ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଫଳରେ ଉଠା ଦୋକାନୀମାନେ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ (street vendor ) ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କରିଛନ୍ତି । ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ (Street vendor) ଉପକୃତ ହେବେ ।ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିବା ପରେ ଉଠା ଦୋକାନୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।