ଭୁବନେଶ୍ୱର: ସାରା ଓଡ଼ିଶାକୁ ଦଖଲ କରିଛି ଶୀତ । କଟକ, ଭୁବନେଶ୍ୱର, ପୁରୀ, ବାଲେଶ୍ୱର ସମେତ ଅଧିକାଂଶ ସହରରେ ଶୀତ ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଶନିବାର ରାତିରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଅଂଚଳର ସର୍ବନିମ୍ନ ତାପମାତ୍ରା ପ୍ରାୟ ୭.୪ ଡିଗ୍ରୀ ସେଲସିୟସ ଥିଲା । ଦାରିଙ୍ଗିବାଡ଼ି ଓ ଫୁଲବାଣୀର ତାପମାତ୍ରା କ୍ରମେ ୮.୫ ଡିଗ୍ରୀ ସେଲସିୟସ ଓ ୯.୫ ଡିଗ୍ରୀ ସେଲସିୟସ ଥିଲା । କଟକ ଓ ଭୁବନେଶ୍ୱର ତାପମାତ୍ରା ଯଥାକ୍ରମେ ୧୫.୪ ଓ ୧୪.୪ ଡିଗ୍ରୀ ସେଲସିୟସ ରହିଥିଲା ।