ଆସନ୍ତା ୯ରୁ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଆସନ୍ତା ୯ତାରିଖରୁ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । କେବଳ ଶେଷ ବର୍ଷ ପାଇଁ ହେବ ଅଫଲାଇନ କ୍ଲାସ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ପ୍ରକୋପ କମିଥିବାରୁ ଧୀରେ ଧୀରେ ଖୋଲୁଛି ଶିକ୍ଷାନୁଷ୍ଠାନ । ଦଶମ, ଦ୍ୱାଦଶ ଶ୍ରେଣୀ ଖୋଲିସାରିଛି । ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟର କ୍ଲାସ ହେବ । ସାମାଜିକ ଦୂରତା ଅବଳମ୍ବନ କରାଯିବ । ଲାବରୋଟୋରୀକୁ ସମ୍ପୂର୍ଣ୍ଣ ବିଶୋଧନ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ।