ଜାତୀୟ ଉଦ୍ୟାନ ଭିତରକନିକା ଖୋଲିଲା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): କରୋନା ମହାମାରୀ ପାଇଁ ୩ ମାସ ହେଲା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । ଆଜିଠୁ ଜାତୀୟ ଉଦ୍ୟାନ ଭିତରକନିକା ଖୋଲିଛି। ଅଗଷ୍ଟ ମାସର ନୂଆ ଗାଇଡଲାଇନ ନିୟମକୁ ଆଧାର କରି ଜାତୀୟ ଉଦ୍ୟାନ ଖୋଲଯାଇଛି । ଦିନ ସମୟରେ ପର୍ଯ୍ୟଟକମାନେ ଭିତରକନିକା ବୁଲି ପାରିବେ । ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଏବେ ଅନୁମତି ନାହିଁ। ପରବର୍ତ୍ତୀ ସମୟରେ ରାତ୍ରି ରହଣି ପାଇଁ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।