‘ମୋ ଛାତି କଣ ହୋଇଯାଉଛି, ପ୍ଲିଜ ହସ୍ପିଟାଲରେ ଭର୍ତ୍ତି କରନ୍ତୁ’

ଭୁବନେଶ୍ୱର(ଏସ୍ ନ୍ୟୁଜ): ବହୁ ହିଟ୍ ଓଡ଼ିଶା ସିନେମାରେ ନଜର ଆସିଥିବା ହାସ୍ୟ ଅଭିନେତା ଗୁଡୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶରୀରରେ ଗଭୀର ଯନ୍ତ୍ରଣା ହେଉଥିବା ବେଳେ କୌଣସି ହସ୍ପିଟାଲ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରୁନାହାନ୍ତି। ବିଏମସିକୁ ସାହାଯ୍ୟ ମାଗି ମଧ୍ୟ ନିରାଶ ହୋଇଛନ୍ତି ଗୁଡୁ। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ନିଜ ଦୁଃଖ ଜଣାଇଛନ୍ତି।

Live Chat with || Actor || Comedian || Gudu - YouTube

ଫେସବୁକରେ ଭିଡିଓ ଜାରି କରି ଗୁଡୁ ସାହାଯ୍ୟ ଲୋଡ଼ିଛନ୍ତି। ‘ମୋ ଛାତି ବହୁତ ଜୋରରେ ପେନ୍ ହେଉଛି। ମୋତେ କୈଣସି ହସ୍ପିଟାଲରେ ଭର୍ତ୍ତି କରୁନାହାନ୍ତି। ମୁଁ କଣ କରିବି ଜାଣିପାରୁନି। ମୋ ବାପା ମା ମୋତେ ଧରିକି ବୁଲୁଛନ୍ତି। ୧୦୪ କି ବିଏମସି ବାଲା ମଧ୍ୟ ଶୁଣୁନାହାନ୍ତି। ପ୍ଲିଜ ମୋତେ ହେଲ୍ପ କରନ୍ତୁ। ମୋତେ ହସ୍ପିଟାଲରେ ଆଡ଼ମିସନ କରାନ୍ତୁ’, ଏଭଳି ଆକୁଳ କଣ୍ଠରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଗୁଡୁ।

ଗୁଡୁୁଙ୍କର ଏହି ଭିଡିଓ ରାଜଧାନୀରେ କରୋନା ରୋଗୀଙ୍କ ସ୍ଥିତି ବୟାନ କରୁଛି। ତାଙ୍କ ଭଳି ଜଣେ ଲୋକପ୍ରିୟ ଅଭିନେତା ଏମିତି ଦହଗଞ୍ଜ ହେଉଥିବା ବେଳେ ସାଧାରଣ ଗରିବ ଲୋକର ଅବସ୍ଥା କଣ ଯେ ହେଉଥିବ ଏହା ସ୍ପଷ୍ଟ ଅନୁମେୟ।