ଜିରୋ ନାଇଟ୍‍ ପାଇଁ କମିଶନରେଟ୍‍ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା

ଆଉ ଦିନ କେଇଟା ପରେ ବିଦାୟ ନେବ ବର୍ଷ ୨୦୨୫ …

ଆଉ ଦିନ କେଇଟା ପରେ ବିଦାୟ ନେବ ବର୍ଷ ୨୦୨୫। ଧୁମ୍‍ଧାମରେ ପାଳନ ହେବ ନୂତନ ବର୍ଷର ପ୍ରଥମ ମୁହୂର୍ତ୍ତ। ଏଥିପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି। ଭୁବନେଶ୍ୱରବାସୀ ଜିରୋ ନାଇଟ୍‍ ସେଲିବ୍ରେସନ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇ କହିଛନ୍ତି,

ସୁରକ୍ଷାରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିବେ। ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ ସମସ୍ତ ଥାନା ଅଧିକାରୀ। ସେହିପରି ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି। ସୁରକ୍ଷିତ ସହ ଲୋକେ କିଭଳି ସେଲିବ୍ରେଶନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ନଜର ରହିବ ବୋଲି ସେ କହିଛନ୍ତି। ପୁଲିସ କମିଶନର ଆହୁରି କହିଛନ୍ତି, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ବାର୍‍, ରେଷ୍ଟୁରାଣ୍ଟ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିଶନରେଟ ପୁଲିସ। ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ ପୁଲିସ। ସେହିଭଳି ରାତ୍ରି ପାଟ୍ରୋଲିଂକୁ ମଧ୍ୟ ଜୋରଦାର କରିଛି କମିଶନରେଟ୍‍ ପୁଲିସ ।
ହାତୀ ପାଇଁ ଶିଖରଚଣ୍ଡି ବନ୍ଦ, ପର୍ଯ୍ୟଟକ ନିରାଶ