ପଟ୍ଟାମୁଣ୍ଡାଇ :- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଅଳପୁଆ ଗ୍ରାମ ପଂଚାୟତ ମଧ୍ୟ ଭାଗ ରେ ଦାମୋଦର ପାଟଣା ଜଗନ୍ନାଥପୁର ମୁଖ୍ୟ ରାସ୍ତା ଦେଇ ଯାଇଛି l ଅଳପୁଆ ମୁଖ୍ୟ ରାସ୍ତା କଡ଼ ରେ ଏକ ସରକାରୀ ମଦ ଦୋକାନ ଥିବାରୁ ନାହିଁ ନ ଥିବା ବିଶୃଙ୍ଖଳା ହେଉ ଅଛି l ମଦ ବିକ୍ରି ହେତୁ କେତକ ନିରୀହ ପରିବାର ଉଜୁଡି ଯିବା ସହିତ ଧୋୟା ଅଂଚଳ ରେ ଚୋରି ଡକାୟତି ପରି ଅସାମାଜିକ କାର୍ଯ୍ୟ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି l
ଆହୁରି ପଢ଼ନ୍ତୁ...
ନିକଟରେ ଅଳପୁଆ ଉଚ୍ଚ ବିଦ୍ୟାଳୟ, କାଶୀନାଥ ମହାବିଦ୍ୟାଳୟ ଓ ବ୍ରାହ୍ମଣୀ ମହାବିଦ୍ୟାଳୟ କୁ ଶହ ଶହ ଛାତ୍ର ଛାତ୍ରୀ ଉକ୍ତ ରାସ୍ତା ଦେଇ ଯିବା ବେଳେ ମଦୁଆ ମାନଙ୍କ ଅଶ୍ବିଳ ଇଙ୍ଗିତ ର ଶିକାର ହେଉଛନ୍ତି l ଅଳପୁଆ ପଂଚାୟତ,ରାଜସ୍ୱ କାର୍ଯ୍ୟାଳୟ କି ମେଡିକାଲ ଯିବା କୁ ଝିଅ ବୋହୁ ମାନେ ସୁରକ୍ଷିତ ମନେ କରୁନାହାନ୍ତି l ଉକ୍ତ ମଦ ଦୋକାନ ବନ୍ଦ ପାଇଁ ପୂର୍ବ ରୁ ବୋହୁ ଦାବି ହେଉଥିଲେ ବି ପ୍ରଶାସନ ଚୁପ ରହିବା ଅସାମାଜିକ କାର୍ଯ୍ୟ କୁ ପ୍ରୋତ୍ସାହନ ଦେଉଛି l ଅଂଚଳ ର ବୁଦ୍ଧିଜୀବୀ, ଅବସର ସଂଘ, ଛାତ୍ର ସଂଗଠନ ମଦ ଦୋକାନ ବନ୍ଦ ପାଇଁ କେଦ୍ରାପଡ଼ା ଜିଲ୍ଲପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l
ଆଗାମୀ ଦିନ ରେ ଯଦି ସରକାର କି ପ୍ରଶାସନ କୌଣସି ପଦକ୍ଷେପ ନ ନିଅନ୍ତି ଜନ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଏବଂ ଅଭିଯୋଗ କାରୀ ଅଳପୁଆ ସରପଞ୍ଚ ଶ୍ରୀମତୀ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମଚନ୍ଦ୍ର ସେଠି, ପ୍ରମୋଦ ନାୟକ, ଆଦିତ୍ୟ ରାଉତ,ଧର୍ମେନ୍ଦ୍ର ଜେନା, ଶ୍ରୀମନ୍ତ ଜେନା, ଚନ୍ଦନ ନାୟକ, ଜାନକୀ ସାମଲ, କବିତା ସାମଲ,ଅମିତା ନାୟକ, ସଂଯୁକ୍ତା ଧଳ ପ୍ରମୁଖ ଚେତାବନୀ ଦେଇଛନ୍ତି l