କଂଗ୍ରେସ ପକ୍ଷରୁ ଜାତିର ପିତା ମହାତ୍ମାକଂ ତିରୋଧାନ ଦିବସ ପାଳନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ କାର୍ଯ୍ୟକ୍ରମ ବ୍ରହ୍ମପୁରସ୍ଥିତ ଖଲିକୋଟ କଲେଜ ପଡ଼ିଆ ଠାରେ ଆୟୋଜିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିରଞ୍ଜନ ବକ୍ତବ୍ୟ ରଖିଛନ୍ତି: ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ସରକାରଙ୍କ ସମୟରେ ଦର ବଢ଼ିଲେ ବିଜେପି ଏବଂ ବିଜେଡ଼ି ଆନ୍ଦୋଳନ କରୁଥିଲେ। ହେଲେ ଏବେ ବିଜେପି ଶାସନରେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ବିଜେଡ଼ି ଚୁପ୍‌ ବସିଛ । ହେଲେ କଂଗ୍ରେସ ଚୁପ୍‌ ବସିବ ନାହିଁ। ଯଦି ତୁରନ୍ତ ସରକାର ତୈଳ ଦର ୧୦ ଟଙ୍କା ହ୍ରାସ ନ କରନ୍ତି, ତେବେ ଫେବୃଆରୀ ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ। ଏଥି ସହ ସେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ।