ଝରାଫୁଲ ପାଟିରୁ ଫେଣ ବାହାରିବା ରହସ୍ୟ?

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁର ସସ୍ପେନ୍ସ ଲାଗି ରହିଛି । ମୃତ୍ୟୁ କିପରି ହେଲା, ହତ୍ୟା ନା ଆକସ୍ମିକ ମୃତ୍ୟୁ ଘଟିଲା, ଏହା ଉପରୁ ପରଦା ହଟାଇବାରେ ଯାଜପୁର ପୁଲିସ୍ ଫେଲ୍ ମାରିଛି । ମୁଖ୍ୟ ଅଭିଯୁକ୍ତ ରାକେଶ କମିଶନରେଟ୍ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବା ପରେ ପୁଲିସ୍ ଘଟଣାକୁ ହାଲକା ଭାବେ ତଦନ୍ତ କରୁଥିବା ଅନୁମେୟ ହେଉଛି । ରାକେଶକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତା’ ସାଙ୍ଗ ଶେଖର ଏବେ ସୁଦ୍ଧା ଫେରାର ରହିଛି । ତାକୁ ଧରିବାରେ ତଦନ୍ତକାରୀ ଟିମ୍ ବିଫଳ ହେବା ପୁଲିସ୍ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଯାଜପୁର ପୁଲିସ୍ ଓ ସାଇଟିଂଫିକ୍ ଟିମ୍ ଶନିବାର ରାକେଶ ଓ ଝରାଫୁଲ ଶେଷ ରାତିରେ ରହିଥିବା ଗେଷ୍ଟ ହାଉସ୍ରେ ପହିଚିଂ ଛାନ୍ଭିନ୍ କରିଛନ୍ତି । ଗେଷ୍ଟ ହାଉସ୍ର ୨୦୧ ନମ୍ବର ରୁମ୍କୁ ପୁଲିସ୍ ସିଲ୍ ଚରିବା ସହ ସିଓିଟିଭି କ୍ୟାମେରାକୁ ଜବତ କରିଛି ।

ସାଇଟିଂଫିକ୍ ଟିମ୍ ରୁମ୍ରୁ ଫିଙ୍ଗର ପ୍ରିଂଟ ସମେତ ବେଡ୍ସିଟ୍ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜବତ କରିନେଇଛି । ତେବେ ଝରାଫୁଲର କିପରି ମୃତ୍ୟୁ ହେଲା ତାହା ଏବେ ସୁଦ୍ଧା ସସ୍ପେନ୍ସ ଲାଗି ରହିଛି । ମୃତ୍ୟୁ କାରଣ ଉପରୁ ପୋଷ୍ଟ ମୋର୍ଟମ ରିପୋର୍ଟ ପରଦା ହଟାଇବ ବୋଲି ପୁଲିସ୍ ଆଶା ବାନ୍ଧିଛି । ଗେଷ୍ଟ ହାଉସ୍ରେ ରହିବା ପୂର୍ବରୁ ଝରାଫୁଲ ପୁରୁଷବନ୍ଧୁ ରାକେଶ ସହ ଏକ ବାଇକ୍ରେ ରେଷ୍ଟୁରାଂଟକୁ ଖାଇବାକୁ ଯାଇଥିଲେ । ସେଠାରେ ଅଧା ଖାଇବା ପରେ ଝରାଫୁଲଙ୍କ ବାନ୍ତି ହୋଇଥିଲା । ଏହାପରେ ଉଭୟ ଅଧାଖିଆରୁ ସେମାନେ ସେଠାରୁ ପଳାଇ ଆସି ଉପରୋକ୍ତ ଗେଷ୍ଟ ହାଉସ୍ରେ ୨୬ ତାରିଖ ରାତିରେ ରହିଥିଲେ । ସକାଳୁ ଉଠିବା ବେଳକୁ ଝରାଫୁଲ ଅଚେତ୍ ହୋଇପଡିଥିବା କହିଛି ଅଭିଯୁକ୍ତ ରାକେଶ । ତେବେ ସକାଳୁ ସାଙ୍ଗ ଶେଖରକୁ ଡାକି ରାକେଶ ପ୍ରେମିକାକୁ ଟେକି ଟେକି ଗେଷ୍ଟ ହାଉସ୍ରୁ ନେଉଥିବା ଜବତ ସିସିଟିଭି ଫୁଟେଜରୁ ପୁଳିସ୍ ଜାଣିବାକୁ ପାଇଛି । ହୋଟେଲ କର୍ମଚାରୀମାନେ ପଚରିବାରୁ ସେ ଅଚେତ୍ ହୋଇପଡିଛି, ହସ୍ପିଟାଲ ନେଉଛୁ ବୋଲି ରାକେଶ କହିଥିବା ସୂଚନା ମିଳିଛି । ତେବେ ଏଠାରେ ପ୍ରଶ୍ନଉଠେ, ନିକଟରେ ହସ୍ପିଟାଲ ରହିଛି, ଯଦି ସେ ଅଚେତ୍ ଆଉ ମୃତ୍ୟୁ ହୋଇନଥିବା ରାକେଶ ଜାଣିଥିଲା ତାହେଲେ ଝରାଫୁଲକୁ କୌଣସି ହସ୍ପିଟାଲ ନନେଇ ଯାଜପୁର ଅଚଂଳକୁ ନେବା ପଛରେ କି ରହସ୍ୟ ରହିଥିଲା । ଗେଷ୍ଟ ହାଉସ୍ରୁ ନେବା ପୂର୍ବରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ରାକେଶ ନିଶ୍ଚିନ୍ତ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ବାରି ହେଉଛି । ପ୍ରମାଣ ନଷ୍ଟ କରିବାକୁ ରାକେଶ ମୃତଦେହକୁ ନେଇ କୁଆଖିଆ ଅଚଂଳ ରାସ୍ତା ପାଶ୍ୱର୍ରେ ଫିଙ୍ଗି ଫେରାର ହୋଇଯାଇଥିଲା । ତାଙ୍କ ବିରୋଧରେ ମୃତ ଝରାଫୁଲଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ସେ ଏୟାଫିଲ୍ଡ ଥାନାରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା । ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଛି ।

ଗିରଫ ରାକେଶକୁ ଜେରା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ୨୬ ତାରିଖ ସକାଳେ ଝରାଫୁଲ ଗାଁକୁ ଯିବା ବଦଳରେ ବସରୁ ଓହ୍ଲାଇ ବାଣୀବିହାରରୁ ବୟଫ୍ରେଣ୍ଡ ରାକେଶଙ୍କ ସହ ବାଇକ୍ରେ ବସି ଯାଇଥିଲା । ଅଧାରାସ୍ତାରେ ଏକ ରେଷ୍ଟୁରାଣ୍ଟରେ ଉଭୟ ଖାଇଥିଲେ । ସେଠାରେ ଝରାଫୁଲଙ୍କର ବାନ୍ତି ହୋଇଥିଲା । ଯାହାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି । ତାପରେ ସେମାନେ ଅଧା ଖାଇବାରୁ ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଧର୍ମବିହାରରେ ଥିବା ଏକ ହୋଟେଲକୁ ଯାଇଥିଲେ । ସେଠାରେ ୨୦୧ ନଂ ରୁମ୍ରେ ରହିଥିଲେ । ରାତିରେ ଉଭୟ ସେଠାରେ ରହିଥିଲେ । ତାପର ଦିନ ସକାଳୁ ଝରାଫୁଲଙ୍କୁ ଗେଷ୍ଟ ହାଉସରୁ ଏକ ସ୍କୁଟରରେ ବସାଇ ରାକେଶ ଓ ଅନ୍ୟ ଜଣେ ଯୁବକ ସେଠାରୁ ବାହାରକୁ ଯାଇଥିଲେ । ଯାହା ସିସିଟିଭି ଫୁଟେଜରୁ ଜଣାପଡିଛି । ତେବେ ହୋଟେଲରୁ ବାହାରିବା ବେଳକୁ ଝରାଫୁଲଙ୍କ ମୃତୁ୍ୟ ହୋଇ ସାରିଥିଲା ନା ନାହିଁ ସେ ସମ୍ପର୍କରେ ଯାଜପୁର ପୁଲିସ୍ ସିସିଟିଭି ଜବତ କରିଥିଲେ ମଧ୍ୟ ସ୍ପଷ୍ଟ କରୁନାହିଁ ।

ଅନ୍ୟପଟେ ଗେଷ୍ଟହାଉସ୍ରେ ରହିବା ପାଇଁ କ’ଣ ଡକୁ୍ୟମେଂଟ ସେମାନେ ଦେଇଥିଲେ? ଡକୁ୍ୟମେଂଟ ସବୁ ଅସଲି ଥିଲା ନା ନକଲି, ତାକୁ ନେଇ ସନେ୍ଦହ ବଢିଛି । ତାହା ପୁଲିସ୍ ଯାଞ୍ଚ କରିଥିଲେ ମଧ୍ୟ ସମ୍ପୃକ୍ତ ହୋଟେଲ ମାଲିକଙ୍କ ଉପରେ ପୁଲିସ କୌଣସି କାର୍ଯ୍ୟାନୁନ ଗ୍ରହଣ କରିନାହିଁ ।

ଝରାଫୁଲଙ୍କ ମୃତୁ୍ୟ କେଉଁ କାରଣରୁ ହୋଇଛି ତାହା ଏବେ ବି ରହସ୍ୟ ଘେରରେ ରହିଛି । ରାକେଶ ସ୍ୱାଇଁ ଓ ଝରାଫୁଲ ରେଷ୍ଟୁରାଣ୍ଡରେ ଏମିତି କଣ ଖାଇଥିଲେ ଯେ ତାଙ୍କର ବାନ୍ତି ହୋଇଥିଲା । ଗେଷ୍ଟ ହାଉସ୍ରେ କଣ ହେଲା ଯେ ତାଙ୍କ ଦେହ ଖରାପ ହୋଇଗଲା ଆଉ ପାଟିରୁ ଫେଣ ବାହାରିଥିଲା ? ଏସବୁ ଏବେବି ରହସ୍ୟ ଘେରରେ । ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ସେ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଝରାଫୁଲଙ୍କ ମୃତଦେହ ମିଳିଥିବା ଘଟଣାସ୍ଥଳରେ ପହଁଚିି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାକୁ ଅତି ଅମାନବୀୟ ଓ ଲଜ୍ଜାଜନକ ବୋଲି କହିଛନ୍ତି ।