ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ

ବ୍ରଜରାଜନଗର(ଏସ୍ ନ୍ୟୁଜ‌):  ବେଲପାହାଡ଼ର ଅବକାରୀ ସବ-ଇନସ୍ପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘର ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି। ସକାଳ ୬ଟାରୁ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଥିବାବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।
ମିଳିଥିବା ଖବର ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଅବକାରୀ ଅଫିସ, ସମ୍ବଲପୁରର କଲ୍ୟାଣୀ ନଗର ବାସଭବନ, ଅବକାରୀ ଅଫିସ ଓ ଗୋବିନ୍ଦତୋଲାରେ ଥିବା ଶୁଶୁର ଘରେ ୪ଟି ଭିଜିଲାନ୍ସ ଟିମ୍ ଏକାସାଙ୍ଗରେ ଚଢ଼ାଉ ଜାରି ରଖିଛନ୍ତି।