ଆଜି ସଂସଦରେ ଆଗତ ହେବ ସାଧାରଣ ବଜେଟ୍

ନୂଆଦିଲ୍ଲୀ: ଆଜି ସଂସଦରେ ଦିନ ୧୧ଟାରେ ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପିତ ହେବ।   ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ପେଡି ଉପରେ ସାରା ଦେଶର ନଜର ରହିଛି। ଏଥର ବଜେଟ ରୁ କାହାକୁ କ’ଣ ମିଳିବ, କ’ଣ ବଢିବ, କ`ଣ କମିବ ତାକୁ ନେଇ ଚାଲିଛି ଚର୍ଚ୍ଚା । ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବାକୁ କି ପଦକ୍ଷେପ ନେଇଛନ୍ତି ଅର୍ଥମନ୍ତ୍ରୀ, କ’ଣ ତାଙ୍କର ଭବିଷ୍ୟତ ରଣନୀତି ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।  ଏଥର ବଜେଟରୁ ମଧ୍ୟମ ବର୍ଗ ଲୋକେ ଅଧିକ ଆଶା ରଖିଛନ୍ତି। କରୋନା କାଳରେ ବହୁ ସଂଖ୍ୟାରେ ଲୋକ ରୋଜଗାର ହରାଇଛନ୍ତି । ଏଥିପାଇଁ ବଜେଟ ଉପରେ ଲୋକଙ୍କ ଆଶା ଅଧିକ ରହିଛି।