୧୬ଶହ ଟପିଲା ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଆଜି ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ସୁନ୍ଦରଗଡ଼ରୁ ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କଟକରୁ ୩ ଜଣ, ଗଞ୍ଜାମ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ବରଗଡ଼, ଜଗତସିଂହପୁର, ଝାରସୁଗୁଡା, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୬ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୪୫ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨ ହଜାର ୭୯୬ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୮ ହଜାର ୮୮ ଜଣ।

ଗତ ୨୪ ଘଣ୍ଟା ମଧ୍ୟ‌ରେ ଅନୁଗୁଳ ଜିଲ୍ଲାରୁ ୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୩୪ ଜଣ, ବରଗଡ଼ରୁ ୧୨ ଜଣ, ଭଦ୍ରକରୁ ୧୯ ଜଣ, ବଲାଙ୍ଗୀରରୁ ୩୫ ଜଣ, କଟକରୁ ୬୭ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୯ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୧୩ ଜଣ, ଜଗତ୍‌ସିଂହପୁରରୁ ୪୨ ଜଣ, ଯାଜପୁରରୁ ୨୭ ଜଣ, ଝାରସୁଗୁଡ଼ାରୁ ୨୫ ଜଣ, କଳାହାଣ୍ଡିରୁ ୩୭ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨୯ ଜଣ, କେନ୍ଦୁଝରରୁ ୨୬ ଜଣ, ଖେ‌ାର୍ଦ୍ଧାରୁ ୭୦ ଜଣ, କୋରାପୁଟରୁ ୮ ଜଣ, ମାଲକାନଗିରିରୁ ୮ ଜଣ, ମୟୂରଭଞ୍ଜରୁ ୪୩ ଜଣ, ନବରଙ୍ଗପୁରରୁ ୧୦ ଜଣ, ନୟାଗଡ଼ରୁ ୬ ଜଣ, ନୂଆପଡ଼ାରୁ ୪୧ ଜଣ, ପୁରୀରୁ ୯ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୩୫ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୫୨ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।