ରାଜ୍ୟରେ ୭ଶହ ଟପିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱେର (ଏସ ନ୍ୟୁଜ ): ୨୪ ଘଣ୍ଟାରେ ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୭୦୧ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରୁ ପୁରୀ ଓ କଟକ ଜିଲ୍ଲାର ଦୁଇଜଣ ଲେଖାଏଁ ଥିବାବେଳେ ଗଞ୍ଜାମ, ଖୋର୍ଦ୍ଧା, ମୟୁରଭଞ୍ଜ, କଳାହାଣ୍ଡି, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ୮ ଜଣ ପୁରୁଷ ଅଛନ୍ତି ।

ଅନ୍ୟପଟେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୩୩୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୭୪ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

୩୦ ଟି ଜିଲ୍ଲାରୁ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୪ ଟି ଓ କଟକ ଜିଲ୍ଲାରୁ ୫୪୯ ଟି ମାମଲା ରହିଛି ।ସେହିପରି ପୁରୀରୁ ୨୯୨ଟି, ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, କଳାହାଣ୍ଡିରୁ ୧୦୦, କନ୍ଧମାଳରୁ ୧୭୮, ବରଗଡ଼ରୁ ୯୯, ବାଲେଶ୍ୱରରୁ ୧୨୧, ଅନୁଗୁଳରୁ ୧୭୬ଟି, ମୟୁରଭଞ୍ଜରୁ ୧୫୨, ଝାରସୁଗୁଡ଼ାରୁ ୧୫୩, ନୂଆପଡ଼ାରୁ ୬୨, ସମ୍ବଲପୁରରୁ ୧୦୭, ବଲାଙ୍ଗୀରରୁ ୭୯ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ ଗଞ୍ଜାମରୁ ୫୧, କେନ୍ଦୁଝରରୁ ୧୧୮ ଟି, ନବରଂଗପୁରରୁ ୧୩୩ଟି, କୋରାପୁଟରୁ ୯୪ଟି, ରାୟଗଡ଼ାରୁ ୮୫ଟି, ସୋନପୁରରୁ ୨୫ଟି, ଭଦ୍ରକରୁ ୭୪ଟି, ନୟାଗଡ଼ରୁ ୫୩ଟି, ସୁନ୍ଦରଗଡ଼ରୁ ୧୨୩ଟି, ଢେଙ୍କାନାଳରୁ ୬୭ଟି ମାମଲା ଚିହ୍ନଟ ହୋଇଛି ।

୪୨୭୦ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୭୪୬୯ ଥିବାବେଳେ ୧୪୧୬୫୭ ଜଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୯୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୨୭୬୬୯୭୬ ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।