ଅକ୍ଟୋବର ୧ରୁ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା

ଭୁବନେଶ୍ୱେର (ଏସ ନ୍ୟୁଜ ): କରୋନା କାଳରେ ଦୀର୍ଘ ୭ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଅକ୍ଟୋବର ୧ ରୁ ଭିତରକନିକା ଖୋଲିବାକୁ ନିଷ୍ପତି ନେଇଛନ୍ତି ସରକାର। କରୋନା କଟକଣା ଥିବାରୁ ଦିନରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ।

ଭିତରକନିକାରେ କେବଳ ଡାଙ୍ଗମାଳରେ ରାତ୍ରୀଯାପନ କରିବାକୁ ଇଚ୍ଛୁକ ଥିବା ପର୍ଯ୍ୟଟକଙ୍କୁ ପରିଭ୍ରମଣର ସୁଯୋଗ ମିଳିବ ବୋଲି ରାଜନଗର ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି। କରୋନା ବ୍ୟାପିବା ପରେ ମାର୍ଚ୍ଚ ୧୩ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ରାତ୍ରୀଯାପନ ପାଇଁ ରୁମ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଭିତରକନିକାରେ ବୁଲିବାକୁ ଓ ରହିବାକୁ ଅନୁମତି ମିଳିବ। ଗୁପ୍ତି ଓ ହବାଳିଖଟିରେ ଥିବା କଟେଜ ବୁକିଂ କରାଯିବ ନାହିଁ। ଡାଙ୍ଗମାଳଠାରେ ଥିବା ୧୬ଟି କଟେଜ୍‌ରେ ପର୍ଯ୍ୟଟକଙ୍କୁ ରହିବାର ସୁବିଧା ମିଳିବ।

ଯେଉଁ ପର୍ଯ୍ୟଟକମାନେ ଇକୋ ଟୁର ଓଡିଶା ଡଟ୍ କମ୍‌ରେ ଅନଲାଇନରେ ରୁମ ବୁକିଂ କରିଥିବା ଭିତରକନିକା ପରିଭ୍ରମଣର ସୁବିଧା ପାଇବେ। ଏହି ପର୍ଯ୍ୟଟକମାନେ ବୋଟିଂ ସହିତ ଭିତରକନିକା ବୁଲିବା ସହିତ ରାତ୍ରୀଯାପନ କରିବେ।

ଅନ୍ୟପଟେ ବୁକିଂ କରିନଥିବା ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ଭିତରକନିକାରେ ଥିବା ୧୬ଟି କଟେଜ୍‌ରେ ରାତ୍ରୀଯାପନ ପାଇଁ ସର୍ବନିମ୍ନ ୩୫ଶହ ଟଙ୍କାରୁ ସର୍ବାଧିକ ୬ହଜାର ଟଙ୍କା ବ୍ୟବସ୍ଥା ରହିଛି।