ଭୁବନେଶ୍ୱର,(ଏସ୍ ନ୍ୟୁଜ) :ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଘାତକ ସାଜିଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଆକ୍ରାନ୍ତ ହେଉଥିବାବେଳେ ଚାଲି ଯାଉଛି ଅନେକ ମୂଲ୍ୟବାନ ଜୀବନ । କରୋନା ଯୋଦ୍ଧା ଭାବେ ପରିଚିତ ସାମ୍ବାଦିକମାନେ ଏଥିରୁ ବାଦ ପଡିନାହାନ୍ତି ।

ଦୁଃଖର ବିଷୟ ପୁଣି ରାଜ୍ୟର ଦୁଇ ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଇଛି ମହାମାରୀ କରୋନା । ବରିଷ୍ଠ ସାମ୍ବାଦିକ ମାନସ ଜୟପୁରିଆ ସମ୍ବଲପୁର ଆରୋଗ୍ୟମ ହସ୍ପିଟାଲ୍ ରେ ଆଖି ବୁଜିଥିଲା ବେଳେ ବିଶାଖାପାଟଣାର ଏକ ହସ୍ପିଟାଲ୍ ରେ ଆଖି ବୁଜିଛନ୍ତି ନକ୍ଷତ୍ର ନୁ୍ୟଜ୍ ର ଭବାନୀପାଟଣା ପ୍ରତିନିଧି ଭାନୁ ପ୍ରକାଶ ରଥ । ମାନସ ଏବଂ ଭାନୁ ପ୍ରକାଶ ସାମ୍ବାଦିକତା ଜଗତରେ ବେଶ୍ ଜଣାଶୁଣା ଥିଲେ । ଆଜି ଉଭୟଙ୍କ ମୃତୁ୍ୟ ଖବର ପାଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସେମାନଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳିରେ ସୋସିଆଲ୍ ମିଡିଆ ଭରିଯାଇଛି । ଉଭୟ ମାନସ ଓ ଭାନୁ ପ୍ରକାଶଙ୍କର ସାମ୍ବାଦିକତା ସହ ଅଭିନୟ ଓ ଗୀତ ଗାଇବାରେ ମଧ୍ୟ ବେଶ୍ ଦକ୍ଷତା ଥିଲା ।
ଏହି ଦୁଇ ପ୍ରତିଭାବାନଙ୍କ ସହ କରୋନା ଦ୍ୱିତୀୟ ଲହରରେ ୭ ଜଣ ସାମ୍ବାଦିକ ପ୍ରାଣ ହରାଇଲେଣି ।
ଜଣକ ପରେ ଜଣଙ୍କ ଲିଭୁଛି ଜୀବନଦୀପ…
ଅତି ପରିଚିତ ଏବଂ ଜଣାଶୁଣା ତଥା ଟିଭି ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ ଗଣମାଧ୍ୟମକୁ ହତୋତ୍ସାହ କରିଛି। ରୋହିତଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ରୋହିତଙ୍କର ଗତ କଲି ମଧ୍ୟ ହୃଦଘାତରେ ମୃତୁ ହୋଇଛି। କୋଭିଡ ସଂକ୍ରମଣ ବରିଷ୍ଠ ସାମ୍ବାଦିକ ରୋହିତ ଶେଷ ମୁହୁର୍ତରେ ବି ଲୋକଙ୍କୁ ସାହାର୍ଯ୍ୟ କରୁଥିଲେ । ଏହି ଦୁଃଖ ମୁହୁର୍ତରେ ସେମାନଙ୍କ ପରିବାରକୁ ଭଗବାନ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ଏହା ହିଁ କାମନା ।