ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା

ଭୁବନେଶ୍ୱର,(ଏସ୍ ନ୍ୟୁଜ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ “ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମୁଖ ମାନ୍ୟତା” ଘୋଷଣା ସାରା ଗଣମାଧ୍ୟମ ଜଗତକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଆକ୍ରାନ୍ତ ହେଉଥିବାବେଳେ ଚାଲି ଯାଉଛି ଅନେକ ମୂଲ୍ୟବାନ ଜୀବନ । କରୋନା ଯୋଦ୍ଧା ଭାବେ ପରିଚିତ ସାମ୍ବାଦିକମାନେ ଏଥିରୁ ବାଦ ପଡିନାହାନ୍ତି ।
ପ୍ରକାଶ ଥାଉକି ସାମ୍ବାଦିକତା ଜଗତରେ ବେଶ୍ ଜଣାଶୁଣା ବରିଷ୍ଠ ସାମ୍ବାଦିକମାନେ ପ୍ରାଣ ହରାଇଲେଣି । ଜଣକ ପରେ ଜଣେ ସାମ୍ବାଦିକଙ୍କ ଲିଭୁଛି ଜୀବନଦୀପ । ଶେଷ ମୁହୁର୍ତରେ ବି ଜଣେ ସାମ୍ବାଦିକ ରିପୋର୍ଟ ସଂଗ୍ରହ କରି ଲୋକଙ୍କୁ ସାହାର୍ଯ୍ୟ ଓ ସହଯୋଗ ସହ ଦିନରାତି ଏକକରି ସମସ୍ତଙ୍କ ପାଖରେ ପହଞ୍ଚି କରୋନାଭାଇରସ୍ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇ ରାଜ୍ୟ ପାଇଁ ଏକ ମହତ୍ ସେବା ଥାଏ ।

ଏହି ଦୁଃଖ ମୁହୁର୍ତରେ ସାମ୍ବାଦିକଙ୍କୁ , ସେମାନଙ୍କ ସମ୍ପର୍କୀୟ ତଥା ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କର ଆଜିର ଘୋଷଣାରେ: ଜଣେ କରୋନାରେ ଆକ୍ରାନ୍ତ ହୋଇ ସାମ୍ବାଦିକଙ୍କ ଜୀବନ ଯାଇଥିବା ପ୍ରତି ସାମ୍ବାଦିକ ସମ୍ପର୍କୀୟ ତଥା ପରିବାରକୁ ୧୫ ଲକ୍ଷ ଆର୍ଥିକ ସହାୟତା ସହ କରୋନାଯୋଦ୍ଧା ମାନ୍ୟତା ପ୍ରଦାନ କରାଯିବ।
ଏଥିସହ ରାଜ୍ୟରେ କାଜ୍ୟରତ ୬୯୪୪ ଖବର ଦାତାଙ୍କ ପାଇଁ ସାରା ଦେଶରେ ପ୍ରଥମ କରି ବିନାମୁଲ୍ୟରେ କରୋନା ଟୀକା ପ୍ରଦାନ ଘୋଷଣା ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡିଶାର ସ୍ୱତନ୍ତ୍ର ପରିଚୟ ସୄଠିକରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି। କରୋନା ସତ୍ତ୍ୱେ କରୋନା ସଚେତନତା ସଂପର୍କିତ ଖବର ମଧ୍ୟ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଉଛନ୍ତି।