୪୦୦ ଟଙ୍କାରେ କରୋନା ଟେଷ୍ଟ-shaksi news

ଭୁବନେଶ୍ବର( ଏସ୍ ନ୍ୟୁଜ ): ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟ ଫି’ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ମାତ୍ର ୪୦୦ ଟଙ୍କାରେ କରିହେବ RT-PCR ଟେଷ୍ଟ । ଜିଏସଟି ସହିତ ଟେଷ୍ଟ ଫି ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର।

ଏହି ଟେଷ୍ଟ ଆରଏମଆରସି ତତ୍ତ୍ୱାବଧାନରେ ଆରଟି-ପିସିଆର ହେବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋଇଛି । ତେବେ ପୂର୍ବରୁ ୧୨୦୦ ଟଙ୍କାରେ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ହେଉଥିଲା।ଏହାଦ୍ୱାରା ସାଧାରଣ ଲୋକ ଆଶ୍ୱସ୍ତ ହୋଇଛନ୍ତି।   ସରକାରୀ ଭାବେ କରୋନା ଟେଷ୍ଟ କରିବାକୁ ଚାହୁଁ ନ ଥିବା ଲୋକ ନିଜ ଇଚ୍ଛା ଅନୁଯାୟୀ ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ କରିବା ସହ ଏହାର ଅଧିକ ଭାର ସେମାନଙ୍କ ପକେଟ ଉପରେ ମଧ୍ୟ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି।