ବ୍ୟବହାର ନିମନ୍ତେ ଫାଇଜର ଟିକାକୁ ଗ୍ରୀନ ସିଗନାଲ୍-shaksi news

ଲଣ୍ଡନ: କରୋନା ଟିକା ପ୍ରସ୍ତୁତ ଲାଗି ‘ଫାଇଜର-ବାୟୋଏନ୍ଟେକ୍‌’ କୁ ବ୍ୟବହାର ପାଇଁ ଅନୁମତି ଦେଲା ବ୍ରିଟେନ୍। ସମଗ୍ର ବିଶ୍ୱରେ ଏହି ଟିକାକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି। ପ୍ରଥମ ଥର ପାଇଁ ଗୋଟିଏ ଟିକାକୁ ସାରା ବିଶ୍ୱରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ୟୁକେରେ ଏହି ଟିକା ଜନବସତି ଅନୁସାରେ ବିତରଣ ହେବ ବୋଲି ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ବୁଧବାର କହିଛି।ଆସନ୍ତା ସପ୍ତାହରୁ ଏହି ଟିକା ମିଳିବ ବୋଲି ଇଂଲଣ୍ଡ୍‌ ସରକାର ଏକ ବିବୃତିରେ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ସଂଘ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଇଂଲଣ୍ଡ୍‌ ଏହି ଟିକାକୁ ଅନୁମୋଦନ କରିଛି।ମଡର୍ଣ୍ଣା ସହିତ ଫାଇଜର ବାୟୋନଟେକ ଜରୁରୀକାଳୀନ ଟିକା ଭାବରେ ବ୍ୟବହାର ପାଇଁ ମଙ୍ଗଳବାର ୟୁରୋପିଆନ୍ ୟୁନିଅନକୁ ଅନୁମତି ମାଗିଥିଲେ। ଏଥିପାଇଁ ‘ମେଡିସିନ୍‌ ଆଣ୍ଡ୍‌ ହେଲ୍‌ଥ୍‌କେୟାର୍‌ ପ୍ରଡକ୍ଟ ରେଗୁଲେଟରି ଏଜେନ୍‌ସି’ର (ଏମ୍‌ଏଚ୍‌ଆର୍‌ଏ) ଅନୁମୋଦନ ମିଳିଛି । ଅନୁମତି ମାଗିବା ବେଳେ ଫାଇଜର ବାୟୋନଟେକ କହିଛି ଏହି ଟିକାକୁ ଚଳିତ ମାସରେ ୟୁରୋପିଆନ୍ ୟୁନିଅନରେ ବ୍ୟବହାର କରିହେବ।

ସୂଚନାଯୋଗ୍ୟ, ଫାଇଜର ହେଉଛି ୟୁକେର ଫାର୍ମା କମ୍ପାନୀ ଏବଂ ବାୟୋନଟେକ ଜର୍ମାନୀର ଏକ କମ୍ପାନୀ। ଦୁଇ କମ୍ପାନୀ ମିଳିତ ଭାବରେ କରୋନା ଟିକା ପ୍ରସ୍ତୁତ କରିଛନ୍ତି। ଏହାକୁ ନେଇ ୟୁରୋପିଆନ୍ ମେଡିସିନ୍ ଏଜେନ୍ସି କହିଛି ଯେ, ଅନୁମତି ପାଇଁ ଦୁଇଟି ଟିକା ଆବେଦନ ହୋଇଥିଲା। ସମସ୍ତ ଟିକା ପରୀକ୍ଷାଗାରରେ ଅନୁମତି ପାଇସାରିଛି।ତେବେ ଏହି ଟିକା କେତେ ଦୂର ସୁରକ୍ଷିତ ଏବଂ ପ୍ରଭାବୀ ଏ ବାବଦରେ ଡିସେମ୍ୱର ଶେଷ ସୁଦ୍ଧା ୟୁରୋପିଆନ୍ ମେଡିସିନ୍ ଏଜେନ୍ସି ରିପୋର୍ଟ ଦେବ ବୋଲି ଜଣାପଡ଼ିଛି।

ସେହିପରି ମଡର୍ଣ୍ଣା କମ୍ପାନୀ କହିଛି ଯେ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ମଡର୍ଣ୍ଣା ପ୍ରସ୍ତୁତ କରିଥିବା ଟିକା ସଂପୂର୍ଣ୍ଣ ଫିଟ୍‌। ଟିକାର ଚୂଡ଼ାନ୍ତ ପରୀକ୍ଷାର ରେଜଲ୍ଟ ଅନୁଯାୟୀ, କରୋନା ବିରୋଧରେ ଏହା ୯୪.୧% ସଫଳ ହୋଇପାରିଛି। ଗୁରୁତରଙ୍କ କ୍ଷେତ୍ରରେ ଏହା ୧୦୦% ଫଳପ୍ରଦ ରହିବ ।