ଭୁବନେଶ୍ୱର( ଏସ୍ ନ୍ୟୁଜ ): ଆଜି ୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୧୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ସୁନ୍ଦରଗଡ଼ ଓ ଅନୁଗୁଳରୁ ସର୍ବାଧିକ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱର ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏଁ , ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୧ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧୭୨୩୯ ରେ ପହଞ୍ଚିଛି।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୩୪ଜଣ, ବରଗଡ଼ରୁ ୧୪ଜଣ, ଭଦ୍ରକରୁ ୧୧ଜଣ, ବଲାଙ୍ଗୀରରୁ ୪୨ଜଣ, ବୌଦ୍ଧରୁ ୩, କଟକରୁ ୫୫ଜଣ, ଦେବଗଡ଼ରୁ ୩ ଜଣ , ଢେଙ୍କାନାଳରୁ ୨ଜଣ, ଗଜପତିରୁ ୧ଜଣ, ଗଞ୍ଜାମରୁ ୮ଜଣ, ଜଗତ୍ସିଂହପୁରରୁ ୨୪ଜଣ, ଯାଜପୁରରୁ ୧୦ଜଣ, ଝାରସୁଗୁଡ଼ାରୁ ୨୪ ଜଣ, କଳାହାଣ୍ଡିରୁ ୨୦ଜଣ, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୧୬ଜଣ, କେନ୍ଦୁଝରରୁ ୧୯ଜଣ, ଖୋର୍ଦ୍ଧାରୁ ୫୬ଜଣ, ମାଲକାନଗିରିରୁ ୬ଜଣ, ମୟୂରଭଞ୍ଜରୁ ୪୨ଜଣ, ନବରଙ୍ଗପୁରରୁ ୧ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ୨୫ଜଣ, ପୁରୀରୁ ୩୭ ଜଣ, ରାୟଗଡ଼ାରୁ ୫ଜଣ, ସମ୍ବଲପୁରରୁ ୧୭ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡ଼ରୁ ୫୫ଜଣ ଓ ଷ୍ଟେଟ୍ ପୁଲ୍ରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।