ରାଜ୍ୟରେ ୧୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଏସ୍ ନ୍ଯୁଜ) : ଆଜି ରାଜ୍ୟରେ ୧୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଂଗରୋଧରୁ ୯୪୧ ଓ ସ୍ଥାନୀୟ ଅଞ୍ଚଳରୁ ୬୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୯୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଖୋର୍ଦ୍ଧାରେ ସର୍ବାଧିକ ୨୨୨, କଟକରେ ୧୨୮, ସୁନ୍ଦରଗଡ଼ରେ ୯୩, ମୟୂରଭଞ୍ଜରେ ୮୫ ଓ କଳାହାଣ୍ଡିରେ ୮୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଜଗତସିଂହପୁରରେ ୮୦, ବାଲେଶ୍ବର ଓ ପୁରୀରେ ୭୬ ଜଣ ଲେଖାଏଁ, ଅନୁଗୁଳରେ ୭୫, ବଲାଙ୍ଗୀରରେ ୬୮, ନୂଆପଡ଼ାରେ ୫୯, କେନ୍ଦ୍ରାପଡ଼ାରେ ୫୪, କେନ୍ଦୁଝରରେ ୫୩, ଢେଙ୍କାନାଳରେ ୪୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଣେ, ନୟାଗଡ଼ ଜିଲ୍ଲାରୁ ୪୦, ଗଞ୍ଜାମ ଜିଲ୍ଲାରୁ ୨୦, କୋରାପୁଟ ଜିଲ୍ଲାରୁ ୩୨, ଭଦ୍ରକରୁ ୩୦, ରାୟଗଡ଼ା ଜିଲ୍ଲାରୁ ୧୫, ସମ୍ବଲପୁର ଜିଲ୍ଲାରୁ ୨୨, ଯାଜପୁର ଜିଲ୍ଲାରୁ ୪୦, କନ୍ଧମାଳ ଜିଲ୍ଲାରୁ ୧୪, ମାଲକାନଗିରି ଜିଲ୍ଲାରୁ ୧୭, ଗଜପତି ଜିଲ୍ଲାରୁ ୮, ଝାରସୁଗୁଡ଼ା ଜିଲ୍ଲାରୁ ୩୯, ନବରଙ୍ଗପୁର ଜିଲ୍ଲାରୁ ୩୩, ସୁବର୍ଣ୍ଣପୁର ଜିଲ୍ଲାରୁ ୮, ବରଗଡ଼ ଜିଲ୍ଲାରୁ ୩୫, ଦେବଗଡ଼ରୁ ୧୧ ଓ ବୌଦ୍ଧ ଜିଲ୍ଲାରୁ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଅନ୍ୟପଟେ ରାଜ୍ୟରେ ପୁଣି ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବତ୍ତର୍ମାନ ରାଜ୍ୟରେ ମୋଟ୍ ୨,୭୦,୧୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୬୧୯ ରହିଛି।

ତେବେ ଆଜି ଭୁବନେଶ୍ୱର, କଟକ,ବାଲେଶ୍ୱର, ନୂଆପଡା ଓ ଅନୁଗୁଳରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କେନ୍ଦୁଝର, ଜଗତସିଂହପୁର, ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।