ଗଞ୍ଜାମରେ ବୋମା ବିସ୍ଫୋରଣ: ଜଣେ ମୃତ ୨ ଗୁରୁତର

ଭୁବନେଶ୍ୱର(ଏସ୍ ନ୍ଯୁଜ) : ଗଞ୍ଜାମ ବଡଗଡ ଭୀମପୁର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବୋମା ଭୟଙ୍କର ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ଏହି ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ତେବେ ବୋମା ଭିଡିବା ବେଳେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି ।ସମସ୍ତ ଆହତଙ୍କୁ ଶେରଗଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।