ରାଜ୍ୟରେ ଆଉ ୧୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଏସ ନ୍ୟୁଜ): ଆଜି ୧୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆଜି ସୁନ୍ଦରଗଡରୁ ସର୍ବାଧିକ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର, କେନ୍ଦୁଝରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଝାରସୁଗୁଡା, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୂଆପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଆଜି ପୁଣି ୩୦ ଜିଲ୍ଲାରୁ ୧୪୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୧୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୧୧୬କୁ ବୃଦ୍ଧି ପାଇଛି ।

୩୦ ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୭୦ ଟି ଓ କଟକ ଜିଲ୍ଲାରୁ ୧୨୬ ଟି ମାମଲା ରହିଛି ।ସେହିପରି ପୁରୀରୁ ୬୪ଟି, ଜଗତସିଂହପୁରରୁ ୭୬, ବରଗଡ଼ରୁ ୬୧, ବାଲେଶ୍ୱରରୁ ୫୬ଟି, ଅନୁଗୁଳରୁ ୭୬ଟି, ମୟୁରଭଞ୍ଜରୁ ୫୦, ଝାରସୁଗୁଡ଼ାରୁ ୩୯, ନୂଆପଡ଼ାରୁ ୬୧, ସମ୍ବଲପୁରରୁ ୩୪, ବଲାଙ୍ଗୀରରୁ ୬୩ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୫୧ ଟି, ନବରଂଗପୁରରୁ ୩୪ଟି, କୋରାପୁଟରୁ ୨୪ଟି, ରାୟଗଡ଼ାରୁ ୧୩ଟି, ସୋନପୁରରୁ ୨୭ଟି, ଭଦ୍ରକରୁ ୧୯ଟି, ନୟାଗଡ଼ରୁ ୩୧ଟି, ମାଲକାନଗିରିରୁ ୨୫, କଳାହାଣ୍ଡିରୁ ୩୧ଟି, ସୁନ୍ଦରଗଡ଼ରୁ ୧୧୨ଟି, ଢେଙ୍କାନାଳରୁ ୧୭ଟି ଏବଂ ରାଜ୍ୟ ପୁଲରୁ ୩୦ ଟି ମାମଲା ଚିହ୍ନଟ ହୋଇଛି ।

୧୪୭୦ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୨ ଲକ୍ଷ ୯୦ ହଜାର ୧୧୬ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୪୯୦୫ ଥିବାବେଳେ ୨୭୩୮୩୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୦୦ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୫୫୫୮୧୫ ଟି କରୋନା ପରୀକ୍ଷା କରାଯାଇଛି ।