ବାଲେଶ୍ୱର, (ଏସ୍ ନ୍ୟୁଜ): କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ସବୁ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କେତେକ ବିଦ୍ୟାଳୟରେ କୋଭିଡ୍-୧୯ ଟେଷ୍ଟ, ଟିକାକରଣ ଇତ୍ୟାଦି ଚାଲିଥିଲା । ଜଳେଶ୍ୱର ବ୍ଲକର ପୌରପାଳିକାରେ ଥିବା ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ୧୦ମ ଶ୍ରେଣୀ ଶିକ୍ଷାଦାନ ଚାଲିଥିବା ବେଳେ ସେହି ପରିସରରେ କୋଭିଡ ଟେଷ୍ଟ ୩ ଦିନ ଧରି ଚାଲିଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ଆଜି ମଧ୍ୟ କେତେକ ଅଭିଭାବକ ବିଦ୍ୟାଳୟ ଶିକ୍ଷକମାନଙ୍କୁ ଏଥିନେଇ ବାକ୍ବିତଣ୍ଡା କରିଥିଲେ । ୨ଟି କାର୍ଯ୍ୟ ଏକ ସମୟରେ ଚାଲୁଥିବାରୁ ଛାତୟଛାତ୍ରୀ ସଂକ୍ରମଣ ହେବାର ସମ୍ବାବନା ଦେଖା ଦେଇଛି । ଆସନ୍ତା ବୁଧବାର ଏଥିନେଇ କେତେକ ଅଭିଭାବକ ସମ୍ମିଳତଭାବେ ଏହାକେୁ ବିରୋଧ କରିବେ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ବାଲେଶ୍ୱର ଡିଇଓ ଓ ବିଇଓଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଥିବା ସମ୍ପବର୍କରେ କହିଥିଲେ । ଏ ସମ୍ପର୍କରେ ହାତୀଗଡ କୋଷ୍ଠୀ ସ୍ୱାସ୍ଥ୍ୟଅଧିକାରୀଙ୍କୁ ପଚାରିବାରୁ ଆସନ୍ତା ବୁଧବାର ଠାରୁ ବନ୍ଦ ରହିବ ବୋଲି କହିଛନ୍ତି ।