ହୋଇ ପାରୁନି ସ୍ଲଟ ବୁକିଂ : ଜଳେଶ୍ୱରରେ ୪୬୦ଟିକା ବଳକା

ବାଲେଶ୍ୱର,(ଏସ୍‌ ନ୍ୟୁଜ): ଜଳେଶ୍ୱର ବ୍ଲକ ଅଂଚଳରେ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍‌ ନ ଥିବା, ସଚେତନତା ଅଭାବ ଓ ସ୍ଲାଟ ବୁକିଂରେ ଅଭ୍ୟସ୍ତ ନଥିବାରୁ ୪୫ବର୍ଷରୁ ଉଦ୍ଧ୍ୱର୍ ଲୋକେ କରୋନା ଟିକା ନେଇ ପାରୁନଥିବା ଜଣାଯାଇଛି । ଫଳରେ ସୋମବାର ଦିନ ୬୪୦ଟିକା ବଳକା ହେବା ସହିତ ସରକାରଙ୍କ ସମସ୍ତଙ୍କୁ ଟିକାକରଣ ମିଶନ ସଫଳ ହୋଇ ପାରୁନାହିଁ ।

ଜଳେଶ୍ୱର ବ୍ଲକର ଲୋକ ସଂଖ୍ୟା ପ୍ରାୟ ୨.୫ଲକ୍ଷ ହୋଇଥିବା ବେଳେ ରାଇବଣିଆ ଅଂଚଳରେ ୧ଲକ୍ଷ ଲୋକ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ଭାଗ ଲୋକେ ଆଦିବାସୀ । ଗରିବ ଲୋକଙ୍କ ପାଖରେ ସ୍ମାଟଫୋନ ନଥିବା ବେଳେ ସଚେତନତାର ଘୋର ଅଭାବ ରହିଛି । ଏ ପରିପ୍ରେକ୍ଷୀରେ ଲୋକେ ସ୍ଲଟ ବୁକିଂ କରିପାରୁନଥିବାରୁ ୪୫ବର୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଥିବା ଟିକାର ସମାୟସୀମା ପୁରିଥିଲେ ମଧ୍ୟ ସେମାନେ ଟିକା ପାଇପାରୁନାହାନ୍ତି । ଗତ ସୋମବାର ଦିନ ଜଳେଶ୍ୱର ବ୍ଲକରେ ୨୫ଶହ ଲୋକଙ୍କୁ ଟିକା ଦେବାଲାଗି ୧୩ଟି କେନ୍ଦ୍ର ନିରୂପଣ ହୋଇଥିଲା । କିନ୍ତୁ ଅତୀତରେ ୨ଶହ ଡୋଜ୍‌ ଅଧିକ ଥିବାରୁ ୨୭ଶହ ଲୋକ ନେବାଲାଗି ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ୨୭ତାରିଖ ଟିକାକରଣ ପରେ ୬୪୦ଡୋଜ୍‌ ଟିକ୍‌ ବଳିଥିବାରୁ ସ୍ୱାସ୍ଥ୍ୟସେବା ବିଭାଗ ସୂତ୍ରରୁ ପ୍ରକାଶ । ଆଜି ଜଳେଶ୍ୱର ବ୍ଲକର ହାତୀଗଡଠାରେ ୧୦୦ଜଣ ଗର୍ଭବତୀ ମହିଳାଙ୍କୁ ଟିକାକରଣର ବ୍ୟବସ୍ଥା ହୋଇଥିବା ବେଳେ ୭୦ଜଣ ନେଇଥିବାରୁ ଅଧ୍ୟାବଧି ୫୭୦ଡୋଜ୍‌ ବଳକା ରହିଛି । ଆସନ୍ତା ୩୦ଓ ୩୧ରେ ଜଳେଶ୍ୱର ବ୍ଳକ ଲାଗି ୨୪ଶହ ଓ ମ୍ୟୁନିସିପାଲଟି ଲାଗି ୮୦୦ ଏପରିକି ମୋଟ ୩୨୦୦ଟିକାରର ବ୍ୟବସ୍ଥା କରାଯାଇଛି । କିନ୍ତୁ ପଂଜିକରଣ ଓ ସ୍ଲଟ ବୁକିଂ ଯୋଗୁଁ ସବୁ ଲୋକେ ଟିକା ନେଇପାରିବାନେଇ ସନ୍ଦେହ ଉପୁଜିଛି । ସ୍ଲଟ ବୁକି ସହିତ ଅଫ୍‌ଲାଇନ୍‌ରେ ଟିକା ଦିଆଯିବାର ଜିଲା ପ୍ରଶାସନ ଘୋଷଣା କଲେ ଟିକକରଣ ସହଜ ହୋଇ ପାରିବ ବୋଲି କୁହାଯାଉଛି । ଏଥିଲାଗି ଜିଲାପାଳ ଓ ସିଡିଏମ୍‌ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।