ଦୁର୍ଗାପୂଜାରେ ବ୍ୟାଣ୍ଡ ଓ ଡିଜେ ଉପରେ ଲାଗିଲା କଟକଣା

ବାଜିବନି ବାଜା କି ହେବନି ରୋଷଣୀ । ଏଥର ଦଶହରାରେ ଡିଜେ…

ଭୁବନେଶ୍ୱର: ବାଜିବନି ବାଜା କି ହେବନି ରୋଷଣୀ । ଏଥର ଦଶହରାରେ ଡିଜେ ଉପରେ ବି ଲାଗିଛି ରୋକ । ବ୍ୟାଣ୍ଡ-ବାଜା ଏବଂ ଡିଜେ ଇତ୍ୟାଦି ଉପରେ କଟକଣା ଲଗାଇଛନ୍ତି ସରକାର । ଏଥି ସହିତ ଲାଉଡ ସ୍ପିକର ବଜାଇବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ଭସାଣି ପାଇଁ ଅନୁମତି ଥିଲେ ବି ଗାଇଡଲାଇନ ଅନୁସାରେ ହେବ ମାଆ ଦଶଭୂଜାଙ୍କ ବିସର୍ଜନ । ଦଶହରା ପାଖେଇ ଆସୁଥିବା ବେଳେ ପୂଜାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଦୁଇ ର୍ବେ କୋଭିଡ ଯୋଗୁଁ ପୂଜା ବନ୍ଦ ରହିଥିବା ବେଳେ ଏ ବର୍ଷ ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ଏହି ସମୟରେ ସରକାର କିଛି କଟକଣା ଲାଜୁ କରିଛନ୍ତି । ଚଳିତ ବର୍ଷ ବ୍ୟାଣ୍ଡ ଏବଂ ଡିଜେକୁ ନେଇ କଟକଣା ଜାରି ହୋଇଛି । ପୂଜାରେ ବ୍ୟାଣ୍ଡ କିମ୍ବା ଡିଜେ ଲଗାଇପାରିବେ ନାହିଁ ଭକ୍ତ । ଏଥି ସହିତ ଲାଉଡ ସ୍ପିକର ସାଉଣ୍ଡ ପାଇଁ ମଧ୍ୟ ସୀମା ଧାର୍ଯ୍ୟ କରାଯାଇଛି । କୌଣସି ଅନୁଷ୍ଠାନ ୬୫ ଡେସିବିଲରୁ ଅଧିକ ସାଉଣ୍ଡରେ ଲାଉଡ ସ୍ପିକର ବଜାଇ ପାରିବ ନାହିଁ । ଏ ନେଇ କଡା ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର ।

ସେହିପରି ଭସାଣି ପାଇଁ ଚଳିତବର୍ଷ ଅନୁମତି ପ୍ରଦାନ କରାଯାଇଥିଲେ ବି ଏଥିରେ କଟକଣା ଲାଗୁ ହୋଇଛି । ଭସାଣି ସମୟରେ ଗୋଟିଏ ବ୍ୟାଣ୍ଡ ଏବଂ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ମିଳିପାରିବ । କେବଳ ସେତିକି ନୁହେଁ, ମ୍ୟଜିକ ପାର୍ଟିର ମାତ୍ର ୪-୫ଟି ସାଉଣ୍ଡ ବକ୍ସ ହିଁ ବ୍ୟବହହାର କରିପାରିବେ ବୋଲି କୁହାଯାଇଛି । ତେବେ ଏହିସବୁ ନିୟମର ଅବମାନନା କଲେ ଅନୁଷ୍ଠାନ ତଥା କର୍ମକର୍ତ୍ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।