ନିଆଳୀ : ନିଆଳୀ ବ୍ଲକ୍ ବିଭିନ୍ନ ପଞ୍ଚାୟତ ରେ ଅକ୍ଟୋବର ୯ ତାରିଖ ରୁ ପଦଯାତ୍ରା ଆରମ୍ଭ ହୋଇଥିଲା । ନଭେମ୍ବର ୯ ତାରିଖ ଦିନ ନିଆଳୀ ବଜାର ଅଚିହ୍ନା ପଡିଆରେ ଥିବା ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତି ଠାରୁ ଏକ ବିଶାଳ ପଦଯାତ୍ରା ବିଜୁ ଜନତା ଦଳ କର୍ମୀ ମାନଙ୍କ ଦ୍ୱାରା କରାଯାଇ ନିଆଳୀ ବଜାର, ନୂଆ ଗାଁ ବଜାର ଦେଇ ପ୍ରଭୁ ଶ୍ରୀ ଶ୍ରୀ ଶୋଭାନେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଥିବା ପଡିଆରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ବ୍ଲକ୍ ବିଜେଡି ସଭାପତି ଅତୁଲ୍ୟ ଜେନା ସଭାପତିତ୍ୱ କରିଥିବା ବେଳେ ଜିଲ୍ଲାପରିଷଦ ଦେବାଶିଷ ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ ମଞ୍ଚ ପରିଚାଳନା କରିଥିଲେ ପ୍ରଦୀପ ଦାସ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଡ଼. ପ୍ରମୋଦ କୁମାର ମଲିକ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ନିଆଳୀ ବ୍ଲକ୍ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ଦୀପ୍ତି ପ୍ରତିହାରୀ,ଜିଲ୍ଲାପରିଷଦ ସଭ୍ୟା ସୌଦାମିନୀ ମହାପାତ୍ର, ନିଆଳୀ ସରପଞ୍ଚ ବବିତା ରାଣୀ ବେହେରା,ପ୍ରକାଶ ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟା କବିତା ରାଉତ, ବିଜେଡି ଯୁବ ନେତା ଅଭିମନ୍ୟୁ ମଲିକ୍,ଶେଖ ହୁମ୍ୟାୁନ, ଶେଖ ହସନ,ପ୍ରଦୀପ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଏହି ବୈଠକ ରେ ମୁଖ୍ୟ ଅତିଥି ଡ଼. ପ୍ରମୋଦ କୁମାର ମଲିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ କୁ ସମାଲୋଚନା କରିବା ସହ ମିଛୁଆ ସରକାର ଓ ରଙ୍ଗ ମରା ସରକାର କହିଥିଲେ । ହାଇମେକ୍ସ ଲାଇଟି ରେ ବ୍ୟାପକ ଦୁର୍ନୀତି ହୋଇଥିବା କହିଥିଲେ ।
କାର୍ଯ୍ୟକାରୀ ସଭାପତି ଅନ୍ତର୍ଯ୍ୟାମୀ ବଡୁ ସଦା ବାବାଜୀ ତୋଟା ରେ ତାଲା ପଡି୍ୱା ଓ ନିଆଳୀ ତହସିଲ ଅଧୀନରେ ଶାସକ ଦଳର ଲୋକମାନଙ୍କ ଦ୍ୱାରା ବାଲି ଚୋରା ଚାଲାଣ ହେଉଥିବା ଗୁରୁତ୍ୱର ଅଭିଯୋଗ ଆଣିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଜନ ସାଧାରଣ ଉଚିତି ଜବାବ ଦେବେ ବୋଲି କହିଥିଲେ । ଏହି ପଦ ଯାତ୍ରା ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା,୫୦ ରୁ ଉର୍ଦ୍ଧ ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡି ଦଳ ମିଶିଥିଲେ ତାଙ୍କୁ ପୂର୍ବତନ ବିଧାୟକ ଉତ୍ତରୀ ଏବଂ ପୁଷ୍ପମାଳ ଦେଇ ସ୍ୱାଗତ କରିଥିଲେ ଏହି ସଭା ରେ ଅନ୍ୟମାନଙ୍କ ମଧ୍ୟରେ କସର୍ଦା ସରପଞ୍ଚ ଯୁବ ନେତା ସୁରେଶ ପଟନାୟକ, ବାହାରଣା ସରପଞ୍ଚ ବିଜୟ ରାମ ପଣ୍ଡା, ପହଙ୍ଗା ସରପଞ୍ଚ ଙ୍କ ପ୍ରତିନିଧି ପରୀକ୍ଷିତ ବାରିକ,ଏରଞ୍ଚ ସରପଞ୍ଚ ନିରଞ୍ଜନ ବେହେରା,ତିହୁଡି ସରପଞ୍ଚ ଅଶ୍ୱିନୀ କୁମାର ମହାନ୍ତି,ଏକବେରୁଆଁ ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ,ବିଜେଡି ନେତା ପ୍ରଦୀପ୍ତ ନନ୍ଦ, ମନୋରଞ୍ଜନ ବେହେରା, ସମିତି ସଭ୍ୟ ସମ୍ପଦ ମହାନ୍ତି, ପ୍ରମୋଦ ବେହେରା, ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ସ୍ୱାଇଁ, କସର୍ଦା ସମିତି ସଭ୍ୟା ଙ୍କ ପ୍ରତିନିଧି ଯାଦବ ଅବିନାଶ ପରିଡା,ପୂର୍ବତନ ସରପଞ୍ଚ ବାସନ୍ତି ମଲିକ୍, ପୁଷ୍ପ ଲତା ପାତ୍ର,ଉପେନ୍ଦ୍ର କୁମାର ମହାପାତ୍ର, ପ୍ରଦୀପ୍ତ କୁମାର ସ୍ୱାଇଁ, ସଂଗ୍ରାମ ନାୟକ, ପ୍ରଭାକର ନାୟକ, ବୀରେନ୍ଦ୍ର ପ୍ରଧାନ, ଶ୍ୟାମସୁନ୍ଦର ପ୍ରଧାନ,ସଂଗ୍ରାମ ବଡୁ ପ୍ରଶାନ୍ତ ସାହୁ ଦିଲ୍ଲୀପ ସ୍ୱାଇଁ, ଗଙ୍ଗାଧର ସ୍ୱାଇଁ, ସରୋଜ ବିଶ୍ୱାଳ, ତାପସ ବିରାଟ, ବିରାଜିତ ସାହୁ,ମଣ୍ଟୁ କିଶୋର ନାୟକ ଅଶୋକ କାଣ୍ଡି ଙ୍କ ସମେତ ଏକ ହଜାର ରୁ ଉର୍ଦ୍ଧ ବିଜେଡି କର୍ମୀ ଓ ମହିଳା କର୍ମୀ ମାନେ ଉପସ୍ଥିତ ରହିଥିଲେ ।