କଟକ: କଟକ ଆନୁକୂଲ୍ୟରେ ଷୋଡଶ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଓ ସମ୍ଭର୍ଦ୍ଧନା ଉତ୍ସବ କଟକ ର ଶ୍ରୀ ରାମ ଚନ୍ଦ୍ର ଭଵନ ଠାରେ ତା 25.12.22 ରିଖ ରବିବାର ବଡଦିନ ରେ ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନ ର ସଭାପତି ଡାକ୍ତର ସତ୍ୟ ରାୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବ ରେ ଉଦଘାଟନ ଭାବେ ଜଷ୍ଟିସ ଏ. କେ. ପରିଛା (ପ୍ରାକ୍ତନ ବିଚାରପତି ଓଡିଶା ଉଚ୍ଚ ନ୍ୟାୟାଳୟ),ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅଖିଳ କୁମାର ମିଶ୍ର (ଅତିରିକ୍ତ ମହାନିର୍ଦେଶକ, ପତ୍ର ସୂଚନା କାର୍ଯାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ରାଞ୍ଚି ) ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ (ବରିଷ୍ଠ ଆଇନୀଜୀବି ଓଡିଶା ଉଚ ନ୍ୟାୟାଳୟ କଟକ ),ଶ୍ରୀଯୁକ୍ତ ଉମାଶଙ୍କର ମିଶ୍ର (ମୁଖ୍ୟ ସମ୍ପାଦକ ୱାର୍ଲଡ ୱାଚ )ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମହାପାତ୍ର (ସମ୍ପାଦକ, ବାମଣ୍ଡା ସାହିତ୍ୟ ସଂସଦ, ଦେବଗଡ଼ ),ମୁଖ୍ୟବକ୍ତାଭାବେ ଶ୍ରୀଯୁକ୍ତ ମୀନକେତନ ଦାଶ (ପୂର୍ବତନ ନିର୍ଦେଶକ ସହର ଯୋଜନା, ଓଡିଶା ) ପ୍ରମୁଖ ଯୋଗଦାନ କରିଥିଲେ. ପ୍ରାରମ୍ଭରେ ସଂସଦ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାଶ ଅତିଥି ପରିଚୟ ଓ ଉତ୍ସବ ର ଅଭିମୁଖ୍ୟ ପ୍ରଦାନ କରିଥିଲେ. ଏହି ସମ୍ଭର୍ଦ୍ଧନା ଉତ୍ସବ ରେ ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଅଧିନ କଟସାହି ପଂଚାୟତ ର ବଉଳନାଳି ଶାସନ ର ଆଇନୀଜୀବି ସ୍ନେହାଶିଷ ପଣ୍ଡା, ଓ ଡାକ ଶାଖା ଅଧିକାରିଣୀ ତିଲୋତ୍ତମା ମିଶ୍ର ଙ୍କ କନ୍ୟା ଅନେକ ପ୍ରତିଭା ର ଅଧିକାରିଣୀ ଚିତ୍ରଶିଳ୍ପୀ କ୍ରିତିକ୍ରୀଷ୍ଣା ପଣ୍ଡା ଙ୍କୁ ଏହି ଅବସରରେ ଉଦଘାଟନ ଜଷ୍ଟିସ ଏ. କେ. ପରିଛା ଉତ୍ତରୀୟ, ଫଳକ, ଓ ମାନପତ୍ର ଦେଇ ସମ୍ମାନିତ କରିବାସହ ଅତିଥି ମାନେ ଭୁଇଅସି ପ୍ରଶଂସା କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ. ତାଙ୍କର ଏହି ସଫଳତା ପାଇଁ ସେ ଗୁରୁ,ପିତା, ମାତା, ଜେଜେମା, ଓ ସାନ ଭଉଣୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି