ବିଜୁ ଜନତା ଦଳ ଆଜି ପାଳନ କରୁଛି ୨୬ତମ ପ୍ରତିଷ୍ଠା ଦିବସ

ପୁରୀରେ ସମାରୋହରେ ଦଳର ପ୍ରତିଷ୍ଠା ଦିବସ….

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ପାଳନ କରୁଛି ୨୬ତମ ପ୍ରତିଷ୍ଠା ଦିବସ। ପୁରୀରେ ସମାରୋହରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ୫୦ ହଜାର କର୍ମୀ ଓ ନେତାଙ୍କ ସମାଗମ ହୋଇଛି। ଭଲ କାମ କରିବାକୁ ଶ୍ରୀକ୍ଷେତ୍ରରୁ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ, ୧୯୯୭ ମସିହା ଡିସେମ୍ବର ୨୬ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ। ତେଣୁ ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳର ରୌପ୍ୟ ଜୟନ୍ତୀ ସମାରୋହ ଶ୍ରୀକ୍ଷେତ୍ରରେ ପାଳନ କରାଯାଉଛି।