କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ, ଏମ୍ସରେ ଭର୍ତ୍ତି

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ….

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଅସୁସ୍ଥ ହେବାରୁ ଦିଲ୍ଲୀ ଏମ୍ସରେ ଏକ ସ୍ୱତନ୍ତ୍ର ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଛି। ୬୩ ବର୍ଷୀୟ ସୀତାରମଣଙ୍କୁ ମଧ୍ୟାହ୍ନ ୧୨ଟାରେ ହସ୍ପିଟାଲ ନିଆଯାଇଛି। ମାତ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଓ କେଉଁ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି , ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।
ସୂଚନା ଯୋଗ୍ୟ, ଗତକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀରେ ‘ସଦୈବ ଅଟଳ’ରେ ପୁଷ୍ପମାଳ ଅର୍ପଣ କରିଥିଲେ।