‘ଦାନା’ ଦେଖାଇଲାଣି ଭୀଷଣକୋପ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ବାତ୍ୟା ‘ଦାନା’କୁ ନେଇ ଆସିଛି ଆଉ ଏକ ବଡ ଖବର । ଉପକୂଳ ମୁହାଁଇବା ସହ ପ୍ରଭାବ ଦେଖାଇଲାଣି ଭୀଷଣ ବାତ୍ୟା ‘ଦାନା’ । କେନ୍ଦ୍ରାପଡା ତାଳଚୁଆରେ ଲ୍ୟାଣ୍ଡ କରିପାରେ ବୋଲି ଆକଳନ କରାଯାଉଛି । ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଭିତରକନିକା- ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବାକୁ ନେଇ ପୂୁର୍ବରୁ ମଧ୍ୟ ଆକଳନ କରିସାରିଛି ପାଣିପାଗ ବିଭାଗ । ସମୁଦ୍ର ଉପକୂଳ ଯୋଗୁଁ ଏଠାରେ ଲ୍ୟାଣ୍ଡଫଲ କରିବା ନେଇ ଅଧିକ ସମ୍ଭାବନା ରହଇଥିବା ବିଭାଗୀ ପକ୍ଷରୁ କୁହାଯାଇଛି ।

ବାତ୍ୟା ଦାନା ଯେତେଯେତେ ଉପକୂଳମୁହାଁ ହେଉଛି, ସେତେ ସେତେ ବିପଦ ବଢୁଛି । ଆଜି ରାତିରୁ ହିଁ ବାତ୍ୟା ଅତି ଭୀଷଣ ରୂପ ନେବ । ଆଉ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ହେଲେ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନ ପ୍ରତି ବିପଦ ବଢୁଛି । ଏମାନଙ୍କ ମଧ୍ୟରେ ପ୍ରମୁଖ ରହିଛି ।

ଧାମରା ବନ୍ଦରକୁ ବିପଦ, ଅବଦୁଲ କଲାମ ଦ୍ବୀପକୁ ବିପଦ, ଗହୀରମଥା ଅଭୟାରଣ୍ୟକୁ ବିପଦ, ପ୍ରଭାବିତ ହୋଇପାରେ ଭିତରକନିକା ଅଭୟାରଣ୍ୟ, ଆରଡ଼ି ଆଖଣ୍ଡଳମଣି ମନ୍ଦିରକୁ ବିପଦ, ତେଣୁ ଯେଉଁ ସ୍ଥାନଗୁଡିକ ଉପରେ ଅଧିକ ବିପଦ ରହିଛି ସେଠାରେ ପ୍ରଶାସନ ସଜାଗ ହୋଇ ରହିଛି । ଅଗ୍ନିଶମ ବିଭାଗ , ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ହୋଇ ରହିଛି । ‘ଦାନା’ ପ୍ରକୋପ ଯୋଗୁ ପବନ ବେଗ ବଢ଼ିଲେ ବିଭିନ୍ନ ସ୍ଥାନରେ ଆହୁରି ଗଛ ଡାଳ ଭାଙ୍ଗିପାରେ । ବିଦ୍ୟୁତ୍‌ ଖୁଣ୍ଟ, ଟେଲିଫୋନ ଖୁଣ୍ଟି ବଙ୍କା ହେବା ସହ ଭାଙ୍ଗିପାରେ। ଚାଳ ଘର, ଟିଣ ଛପର ଘର ବି କ୍ଷତିଗ୍ରସ୍ତ ହୋଇପାରେ ବୋଲି କହିଛନ୍ତି IMD ଡିଜି ।