ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପର ୪ର୍ଥ ଦିନ : ବାଳିକା ବିଭାଗରେ ସାତକୋଶିଆ ଦଳ ଚମ୍ପିୟାନ

ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ ….

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ ଫୁଟବଲ ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଆୟୋଜିତ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପର ୪ର୍ଥ ଦିନ ଅତିଥି ଭାବେ ଯୋଗଦେଇ ଆରଆଇ ଅଫ ପୋଲିସ ଆଲୋକ କୁମାର ସ୍ୱାଇଁ, ସାଇଣ୍ଟିଫିକ ଅଫିସର ଜୟନ୍ତ କୁମାର ମୁର୍ମୁ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ କୁମାର ରଞ୍ଜନ ପଣ୍ଡା ଓ ପ୍ରଦୀପ କୁମାର ବେହେରା ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ ଓ ପ୍ରସନ୍ନଜିତ ମହାନ୍ତି, ରାଜେଶ ଦାସ ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା) ଓ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ ଉପସ୍ଥିତ ଥିଲେ I

ବାଳିକା ବିଭାଗ ଫାଇନାଲ ମ୍ୟାଚରେ ସାତକୋଶିଆ, ଚଢେଇଗାଁ ଫୁଟବଲ କ୍ଲବ ୯-୦ ଗୋଲରେ ବଡ଼ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ଦଳ ପକ୍ଷରୁ ଚୁମୁକି ନାୟକ ୪ଟି, ଶିଳ୍ପା ମହାରଣା ୩ଟି ଏବଂ ଲକ୍ଷ୍ମୀପ୍ରିୟା ନାୟକ ଓ ସୁଶିଳା ମହାରଣା ଗୋଟିଏ ଲେଖାଏଁ ଗୋଲ କରିଥିଲେ I ବାପୁନ କୁମାର ମହାନ୍ତ, କେଶବ ସୋରେନ, ନାରାୟଣ ହାଁସଦା, ଯୁଗସେଙ୍ଗଲ ସୋରେନ, ସମ୍ରାଟ ହେମ୍ବ୍ରମ, ଲୋକନାଥ ହେମ୍ବ୍ରମ, ରବୀନ୍ଦ୍ର ଟୁଡୁ, ଅମ୍ବିକା ହେମ୍ବ୍ରମ, ସୁଭଦ୍ରା ହେମ୍ବ୍ରମ ଓ ସୋମବାରୀ ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ଶ୍ରୀନିବାସ ହେମ୍ବ୍ରମ ଓ ରାଇସେନ ଟୁଡୁ ଖେଳ ପରିଚାଳନାରେ ସହଯୋଗ କରିଥିଲେ I