ସରକାରି ଜାଗାରେ ନୂତନ ଗୃହ ନିର୍ମାଣକୁ ବନ୍ଦ ପାଇଁ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ହନୁମାନ ବଜାର ଠାରେ ଥିବା ସରକାରି ଯାଗାରେ ସ୍ଥାୟି ଗୃହ ନିର୍ମାଣକୁ ବିରୋଧ କରିବା ସହ ଏହାକୁ ବନ୍ଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସରକାରି ଜାଗାରେ ବେଆଇନ ଭାବେ ଏନଏସି ୯ ନଂ ଓ୍ବାର୍ଡର କାଉନସିଲର ଜିତେନ୍ଦ୍ର ରାଉଳ ଏହି ଗୃହକୁ ନର୍ମାଣ ହେଉଥିବା ନେଇ କିଛି ଦିନ ହେବ ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ଆଜି କାମାକ୍ଷାନଗର ସହରର ବିଭିନ୍ନ ବର୍ଗର ଲୋକମାନେ ଏହି କାମକୁ ବନ୍ଦ କରାଯିବା ପାଇଁ ଦାବି ଜଣାଇଥିଲେ ।

ଏଠାରେ ଥିବା ସରକାରି ଜାଗାକୁ ସ୍ଥାନିୟ ଲୋକ ଜବରଦଖଲ କରି ବେଆଇନ ଭାବେ ରହିଥିଲେ । ଏହି ଜାଗାକୁ ସରକାର ତାଙ୍କ ନିଜ ଅଧିନକୁ ନେବା ସହ ସେଠାରେ ସରକାରଙ୍କ ଅନୁଦାନ ମାଧ୍ୟମରେ ଉର୍ନତି ମୂଳକ କାର୍ଯ୍ୟ କରିବାକୁ ଜନସାଧାରଣ ଦାବି କରିଛନ୍ତି । ଏହାର ଏକ ଦାବିପତ୍ର ଏନଏସିର କାର୍ଯ୍ୟନିର୍ବାହି ଅଧିକାରି,ଉପଖଣ୍ଡ ଆରଖି ଅଧିକାରି,ଥାନା ଅଧିକାରିଙ୍କୁ ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି ।