ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର: ଆସୁଛି ଭୟଙ୍କର ସାମୁଦ୍ରିକ ଝଡ଼ । ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ। ସକ୍ରିୟ ଗଭୀର ଅବପାତଟି ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ରହିଥିବା ବେଳେ ପାରାଦୀପ ଠାରୁ ୪୩୦ କିଲୋମିଟର ଦୂରରେ ଓ ଦୀଘାଠାରୁ ୫୯୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି।