ଶକ୍ତୀପୀଠ: କେଉଁ କାଳରୁ ଜଳୁଛି ଜ୍ୱାଲାମୁଖୀ ଜ୍ୟୋତି

ଆରମ୍ଭ ହୋଇଛି ମା’ ଦୁର୍ଗାଙ୍କ ଷୋଡ଼ଶ ଉପଚାର । ଏହି ଅବସରରେ ହିମାଚଳ ପ୍ରଦେଶର ମା’ ଜ୍ମାଲାମୁଖୀଙ୍କ ପୀଠରେ ସର୍ବାଧିକ ଲୋକଙ୍କ ସମାଗମ ହୋଇଥାଏ । ମନ୍ଦିରରେ କାହିଁ କେଉଁ ଅମଳରୁ ଜ୍ୟୋତି ଜଳୁଛି ।

ଉକ୍ତ ଜ୍ୟୋତି କିପରି ଜଳୁଛି, ତାହା ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ । ମୋଗଲ ସମ୍ରାଟ ଆକବର ଉକ୍ତ ଜ୍ୟୋତିକୁ ଲିଭାଇବାକୁ ଉଦ୍ୟମ କରିଥିଲେ । ମାତ୍ର ପାରିଲେନି । ତାଙ୍କ ମନ ବଦଳିଗଲା । ସେ ମା’ଙ୍କୁ ସୁନାରେ ତିଆରି ଛତ୍ରି ଅର୍ପଣ କଲେ । ମାତ୍ର ତାହା ଦୁଇଟି ଧାତୁରେ ବଦଳିଗଲା । ଉକ୍ତ ଧାତୁକୁ ଆଜି ପର୍ଯ୍ୟନ୍ତ କେହି ଠଉରାଇ ପାରିନାହାନ୍ତି ।

ପୁରାଣ କଥାନୁସାରେ, ଜ୍ୱାଲାମୁଖୀ ପୀଠରେ ମା’ ସତୀଙ୍କର ଜିଭ ପଡ଼ିଥିଲା । କାଙ୍ଗଡ଼ା ପାହାଡ଼ ଉପରେ ଜ୍ୟୋତି ରୂପରେ ଦେବୀ ପ୍ରକଟ ହୋଇଥିଲେ । ପ୍ରଥମେ ଜଣେ ଗୋରୁ ଚରାଳୀ ମା’ଙ୍କ ଦର୍ଶନ କରିଥିଲେ । ସେହିଦିନଠାରୁ ଜ୍ୟୋତିଟି ଦିବାରାତ୍ର ଜଳୁଛି । ନବରାତ୍ରି ସମୟରେ ପତାକା ପୂଜନ ଓ କୁମାରୀ ପୂଜନ ବିଧି ରହିଛି ।

ସକାଳ ୫ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ରାତି ୧୦ଟାରେ ଦେବୀ ଶୟନ କରନ୍ତି । ନବରାତ୍ରୀ ଅବସରରେ ଷଷ୍ଠୀ, ସପ୍ତମୀ, ଅଷ୍ଟମୀ ତିଥିରେ ମନ୍ଦିରଟି ୨୪ ଘଂଟା ଖୋଲା ରହେ । ନବମୀ ଦିନ ଯାଗଯଜ୍ଞ, କନ୍ୟା ପୂଜନ କରାଯାଏ ।

ପ୍ରାୟ ଶହେ ବର୍ଷ ପୂର୍ବେ ଦେବୀଙ୍କ ପୀଠରେ ମଇଁଷି, ମେଣ୍ଢା, ଛେଳି, ମାଛ ଓ ପାରା ବଳି ଦିଆଯାଉଥିଲା । କାଳକ୍ରମେ ଏବେ ବଳି ପରମ୍ପରା ବନ୍ଦ ହୋଇଯାଇଛି । ବଳି ପରମ୍ପରା ବଦଳରେ ଦେବୀଙ୍କୁ ହଳଦିଆ ଅନ୍ନ ଓ ବିରି ବଡ଼ି ଭୋଗ ଲଗାଯାଉଛି ।