ଇଣ୍ଡିଆ ବୁକ ଅଫ ରେକର୍ଡରେ ନାଉଗାଁ ବ୍ଲକର ଧନଞ୍ଜୟ ବାରିକଙ୍କ ନାମ

ଗଳଦାରୀ ଗ୍ରାମର ୨ ବର୍ଷୀୟ ବିସ୍ମୟ ବାଳକ….

ନାଉଗାଁ, : ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଦାରୀ ଗ୍ରାମର ୨ ବର୍ଷୀୟ ବିସ୍ମୟ ବାଳକ ଧନଞ୍ଜୟ ବାରିକ ଇଣ୍ଡିଆ ବୁକ ଅଫ ରେକର୍ଡ (ଓଈଜ) ରେ ସ୍ଥାନ ପାଇ ସମଗ୍ର ଅଞ୍ଚଳକୁ ଗର୍ବିତ କରିଛନ୍ତି ।

ହରିୟାଣାରେ ଅୟୋଜିତ ହୋଇଥିବା ଆଇ.ବି.ଆର୍ ସମ୍ମିଳନୀରେ ଧନଞ୍ଜୟ ନିଜ ବିସ୍ମୟକର ମେଧା ଦେଖାଇ ୧୮ ଟି ଦେଶ ର ରାଜଧାନୀ, ୨୦ ଟି ରାଜ୍ୟ ର ରାଜଧାନୀ, ଜାତୀୟ ସଂକେତ, ବାର ମାସ, ୬ ଋତୁ, ୮ ଗ୍ରହ, ଓଡିଶାର ୩୦ ଜିଲ୍ଲା, ମଣିଷ ଶରୀରର ସମସ୍ତ ଅଙ୍ଗ ଓ ୧୪ ଟି ସାଧାରଣଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ । ମାତ୍ର ଦୁଇ ବର୍ଷରେ ଏହି ସମସ୍ତ ଜ୍ଞାନ ଅର୍ଜନ କରି, ଧନଞ୍ଜୟ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ନିଜ ନାମ ଲେଖାଇବାରେ ସଫଳ ହୋଇଛନ୍ତି । ଧନଞ୍ଜୟ ଙ୍କ ବାପା ସୁଶିଲ ବାରିକ ଏକ ଘରେଇ ସଂସ୍ଥାରେ କାମ କରୁଥିବା ବେଳେ, ମା ରିନା ବାରିକ ଗୃହିଣୀ । ସେମାନଙ୍କ ଆଶୀର୍ବାଦ ଓ ପ୍ରେରଣା ଧନଞ୍ଜୟଙ୍କ ଏହି ସଫଳତା ପଛରେ ମୂଳ ଶକ୍ତି ବୋଲି ମା ରିନା ବାରିକ କହିଛନ୍ତି । ଏହି ସଫଳତା ନେଇ ଗଳଦାରୀ ଗ୍ରାମ ଓ ସମଗ୍ର ନାଉଗାଁ ବ୍ଲକ ଗର୍ବ ଅନୁଭବ କରୁଛି ।