ଗୁରୁ ମୋଦୀଙ୍କୁ ବଳିଗଲେ ଚେଲା ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମ୍ୟାଜିକ୍‌ ଆଉ କାମ କରିବ ନାହିଁ…

ଭୁବନେଶ୍ୱର: ଦେଶର ୧ ଲକ୍ଷ ୨୦ ହଜାର ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ପାଠ ପଢ଼ାଉଛନ୍ତି । ୧ ଲକ୍ଷରୁ ଅଧିକ ହାଇସ୍କୁଲରେ ଇଂଟରନେଟ୍‌ ନାହିଁ । ସେ ଦିଗ ପ୍ରତି ଆଖି ବୁଜିଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଜାତୀୟ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତିକୀକରଣ’କୁ ବଖାଣିଛନ୍ତି । ଦୁଇପାଳି ଶାସନ କରିବା ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ୧୩୫ କୋଟି ଜନତାଙ୍କ ଆଗରେ ମିଛ ଓ ପ୍ରତାରଣାର ପାହାଡ଼ ଛିଡ଼ା କରିଥିଲା ବେଳେ ଧର୍ମେନ୍ଦ୍ର ଆଉ ଦୁଇପାଦ ଆଗକୁ ମାଡ଼ି ଯାଇଛନ୍ତି ବୋଲି କହିଛନ୍ତି ରାଜ୍ୟ ପଛୁଆ ବର୍ଗ ନେତା ସୀତାରାମ ବେହେରା ।

ଭାରତକୁ ବିଶ୍ୱ ଶିକ୍ଷା ବ୍ୟବସ୍ଥାର ପେଣ୍ଠ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୟାସ ଇଂଟରନେଟ୍‌ ବ୍ୟବସ୍ଥା ଭିତରେ ସୀମିତ ହୋଇ ରହିଯାଇଛି । କୁଳାଙ୍ଗାର ରାହୁଲ ଗାନ୍ଧୀଙ୍କର ଯୁଦ୍ଧକ୍ଷେତ୍ରରୁ ପଳାୟନ ନୀତି କାରଣରୁ କଂଗ୍ରେସ ସ୍ଥିତି ଦୁର୍ବଳ ହୋଇଯାଇଛି ଯାହା ବିଜେପିକୁ ସୁହାଇଛି । ଗାନ୍ଧୀ-ନେହୁରୁ ପରିବାରକୁ ସମାଧି ଦେଇ ବିଜେପି ନିରଙ୍କୁଶ ଶାସନ କରିବାର ସ୍ୱପ୍ନ ଦେଖୁଛି ।

ମାତ୍ର ତାହା କଦାପି ହେବ ନାହିଁ । କଂଗ୍ରେସଠାରୁ ଆହୁରି ଶକ୍ତିଶାଳୀ ଦଳ ଏବେ ସାରା ଦେଶକୁ ଦଖଲ କରିବା ସ୍ଥିତିରେ ପହଂଚିଗଲାଣି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମ୍ୟାଜିକ୍‌ ଆଉ କାମ କରିବ ନାହିଁ । ୨୦୧୯ ନିର୍ବାଚନରେ ବିଜେପିକୁ ବ୍ୟକ୍ତିଗତ ଭାବେ ୩୦୩ ଆସନ ମିଳିଥିଲା । ମାତ୍ର ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ମ୍ୟାଜିକ ନମ୍ବର ମିଳିବା କଷ୍ଟକର ହୋଇପଡ଼ିବ ।