ମରଣ ଯନ୍ତା ସାଜିଛି ରୋଡ଼ଙ୍ଗ ଗ୍ରାମ ପଡିଆ ସାହି ରାସ୍ତା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ ଅନ୍ତର୍ଗତ ରୋଡଙ୍ଗ ଗ୍ରାମ ପଡିଆ ସାହି ରାସ୍ତା ସାଜିଛି ମରଣ ଜନ୍ତା । ଏହି ପଡିଆ ସାହି ରେ ପ୍ରାୟ ୬୦ ଘର ଲୋକ ବାସ କରି ଥାନ୍ତି । ଏହି ଗ୍ରାମକୁ ଗମନ ଗମନା ପାଇଁ ନା ଅଛି ଭଲ ରାସ୍ତା ନା ପାନୀୟ ଜଳ । ପିଲା ମାନଙ୍କ ପାଇଁ ପାଠ ପଢିବା ପାଇଁ ଏଠାରେ ସ୍କୁଲ ନଥିବା ବେଳେ ବିପଦ ସଂଙ୍କୁଳ ରାସ୍ତା ଦେଇ କୋମଳ ମତି ଶିଶୁମାନେ ପାଖ ଗ୍ରାମ ସର ବେରେଣି ପ୍ରାଥମିକ ବିଦ୍ୟାଳୟକୁ ନାଳ ପାର ହୋଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତ୍ୱରିତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବିହେଉଛି ।