ପଚାଂୟତ କାର୍ଯ୍ୟାଳୟରୁ ଚୋରି ନେଇ ମାମଲା

ହିନ୍ଦୋଳ, : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ ଘରର ତାଲା ଭାଙ୍ଗି ସଭାଘରେ ଲାଗିଥିବା ଏଲଡି ଟିଭି ସହ ଆସପେୟାର ବିଦ୍ୟାଳୟର ତାଲା ଭାଙ୍ଗି ଇନଭେଟର ବ୍ୟାଟେରୀ ଆଦି ଚୋରମାନେ ଲୁଟି ନେଇଛନ୍ତି । ଆମ ବ୍ୟାଙ୍କ୍ ଖୋଲାଯାଇଥିବା ଘରର ମଧ୍ୟ ତାଲା ଭାଙ୍ଗି ଇନଭେଟର ବ୍ୟାଟେରୀ ଆଦି ନେଇଯିବା ସହ ଡ୍ରରେ ଏବଂ ଗଡରେଜରେ ଥିବା ୧,୧୬,୫୦୦ (ଏକ ଲକ୍ଷ ଷୋହଳ ହଜାର ପାଞ୍ଚସହ) ଟଙ୍କା ମଧ୍ୟ ଚୋରମାନେ ଚୋରି କରି ନେଇଯାଇଛନ୍ତି । ଏ ନେଇ ମାଧପୁର ପଞ୍ଚାୟତ ସରପଞ୍ଚ ବୀଣାପାଣି ନାଏକ ହିନ୍ଦୋଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହଁ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟରୁ ଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଲୁଟି ନେଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଏପରି କାଣ୍ଡ ଭିଆଇଛନ୍ତି । ସକାଳ ହେବା ମାତ୍ରେ ବିଭିନ୍ନ କାର୍ଯ୍ୟାଳୟର ତାଲା ଭଙ୍ଗା ହୋଇଥିବା ଏବଂ ଆସବାବପତ୍ର ଏଣେତେଣେ ପଡ଼ିଥିବା ଲୋକମାନେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏ ସଂପର୍କରେ ହିନ୍ଦୋଳ ଥାନାକୁ ଜଣାଇବାରେ ପୋଲିସ୍ ଆସି ତଦନ୍ତ ଆରମ୍ଭ କରିଥିଲା । ଗୋଟିଏ ରାତିରେ ବିଭିନ୍ନ ଅନୁଷ୍ଠାନରୁ ଚୋରି ହେବାକୁ ନେଇ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି । କେବେ ଚୋରମାନଙ୍କୁ ଧରାହେଉଛି ଏବଂ କେବେ ଚୋରି ଘଟଣାର ପର୍ଦ୍ଦାଫାଶ ହେଉଛି ତାହା ଦେଖିବାକୁ ବାକି ରହିଲା ।