ସ୍ୱଚ୍ଛତା ପ୍ରତି ନଜର ରଖିବ ଡିଜିଟାଲ ସିଷ୍ଟମ
ମେଡିକାଲ କଲେଜ ମୂଲ୍ୟାଙ୍କନରେ ପରିବର୍ତନ
ମେଡିକାଲ କଲେଜ ଗୁଡିକର ମୂଲ୍ୟାଙ୍କନ ପ୍ରଣାଳୀରେ …..
ଭୁବନେଶ୍ୱର: ମେଡିକାଲ କଲେଜ ଗୁଡିକର ମୂଲ୍ୟାଙ୍କନ ପ୍ରଣାଳୀରେ ବଡ ପରିବର୍ତନ ଆଣିବାକୁ ଯାଉଛି ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍ସି) । ଏନ୍ଏମ୍ସି କର୍ତୃପକ୍ଷ ମେଡିକାଲ କଲେଜରେ ଚିକିସôା ସମ୍ବନ୍ଧୀୟ କାଗଜପତ୍ର ଯାଂଚ୍ ନେଇ ଆଉ ସିଧାସଳଖ ବା ଫିଜିକାଲ ପରିଦର୍ଶନ ଉପରେ ନିର୍ଭର କରିବେ ନାହିଁ । ଏଣିକି ଡିଜିଟାଲ୍ ସିଷ୍ଟମ୍ ମାଧ୍ୟମରେ କଲେଜ କ୍ଲିନିକାଲ୍ କାର୍ଯ୍ୟ ଯାଂଚ୍ କରାଯିବ । ଏହା ଦ୍ୱାରା କଲେଜର କାର୍ଯ୍ୟକଳାପ ଓ ସ୍ୱଚ୍ଛତା ଉପରେ ସଠିକ ନଜର ରଖାଯାଇପାରିବ । ୭ ଦିନ ଭିତରେ ‘ହେଲ୍ଥ ଫାସିଲିଟି ରେଜିଷ୍ଟ୍ରି (ଏଚ୍ଏଫ୍ଆର) ଆଇଡିରେ ହସ୍ପିଟାଲ ସମ୍ପର୍କିତ ତଥ୍ୟକୁ ଅପ୍ଲୋଡ୍ କରିବାକୁ ଏନ୍ଏମ୍ସି ନିଦେ୍ର୍ଦଶ ଦେଇଛି ।
ଏହା ବ୍ୟତୀତ ହସ୍ପିଟାଲ ସଫ୍ଟୱେର୍ ‘ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍’ ଓ ନ୍ୟାସନାଲ ହେଲ୍ଥ ଅଥରିଟି ପିଏମ୍ ଜୟ ପୋର୍ଟାଲ ସହ ସଂଯୁକ୍ତ କି ନାହିଁ, ସେ ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଇଛି । ଏଚ୍ଏଫ୍ଆର ଅପଲୋଡ୍ କରାଯାଇଥିବା ତଥ୍ୟକୁ ନେଇ ମୂଲ୍ୟାଙ୍କନ କରାଯାଇପାରିବ । କ୍ଲିନିକାଲ୍ କାର୍ଯ୍ୟ କ୍ଷମତା, ବାର୍ଷିକ ନବୀକରଣ, ନୂଆ ପାଠ୍ୟକ୍ରମ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ଏହା ଏକ ମୂଖ୍ୟ ଆଧାର ହେବ । ପୂର୍ବରୁ ମେଡିକାଲ କଲେଜ ଯେଉଁ ତଥ୍ୟ ପ୍ରଦାନ କରୁଥିଲେ ତାହାକୁ ଯାଂଚ୍ କରିବା କଷ୍ଟକର ହେଉଥିଲା । ବର୍ତମାନ ଡିଜିଟାଲ୍ ଆଧାରରେ ସମସ୍ତ ତଥ୍ୟ ଯାଂଚ୍ କରାଯିବ ।
ବିଶେଷ କରି ହସ୍ପିଟାଲକୁ କେତେ ରୋଗୀ ଆସୁଛନ୍ତି? କେତେ ଅସ୍ତ୍ରୋପଚାର ହେଉଛି? କେତେ ଅନ୍ଲାାଇନ୍ରେ ପଞ୍ଜିକରଣ ପରେ ଭର୍ତି ହେଉଛନ୍ତି? ଏହା ସବୁ ଅନଲାଇନ୍ ରେକର୍ଡରୁ ସ୍ପଷ୍ଟ ହେବ । ଏହି ପଦକ୍ଷେପ ରୋଗୀଙ୍କ ସେବାରେ କୌଣସି ବାଧା ସୃଷ୍ଟି କରିବ ନାହିଁ, ବରଂ ନିୟାମକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ । ଏହି ସାତ ଦିନିଆ ସମୟ ସୀମା ସ୍ପଷ୍ଟ କରୁଛି ଯେ ଭବିଷ୍ୟତରେ ମେଡିକାଲ ମୂଲ୍ୟାଙ୍କନ କେବଳ ପରିଦର୍ଶନ ରିପୋର୍ଟ ଉପରେ ନୁହେଁ, ବରଂ ଅନଲାଇନ୍ ଡାଟା ଉପରେ ନିର୍ଭର କରିବ ।