କଟକରେ ପୁଣି ଠାବ ହେଲା ନକଲି କାରଖାନା-shaksi news

କଟକ (ଏସ୍ ନ୍ୟୁଜ ): ବର୍ତ୍ତମାନ ଅପମିଶ୍ରଣ ଜିନିଷର ପେଣ୍ଠସ୍ଥଳୀ କଟକ। ଦୁଇ ଦିନ ତଳେ କଟକ ଜଗତପୁର ଅଞ୍ଚଳରୁ ଗୋଟିଏ ଅପମିଶ୍ରିତ ସୋୟା ବଡି କମ୍ପାନୀ ଠାବ ହେଇଥିବା ବେଳେ ଆଜି କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ପିଠାପୁର ମୁନ୍ ଲାଇଟ୍ ଗଳିରୁ ଗୋଟିଏ ଅପମିଶ୍ରିତ ଘିଅ କାରଖାନାକୁ ଠାବ କରିଛି ପୁଲିସ।

ଏନେଇ ପୁଲିସ ଏକ ସ୍ଵତନ୍ତ୍ର ଟିମ୍ ଅଚାନକ କାରଖାନା ଉପରେ ଚଢ଼ାଉ କରି ଏହାର ପର୍ଦ୍ଦାଫାସ କରିଛି। ଏହି କାରଖାନାର ମାଲିକ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଘିଅକୁ ଭେଜାଲ ଜାରି ପ୍ୟାକିଂ କରି ବଜାରକୁ ଛାଡ଼ୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଏଠାରେ ଅପମିଶ୍ରିତ ଘିଅ କିପରି ପ୍ରସ୍ତୁତ ହେଉଥିଲା , ଆଉ ସେସବୁକୁ କେଉଁ କେଉଁ ବ୍ରାଣ୍ଡରେ ବଜାରକୁ ଛଡ଼ା ଯାଉଥିଲା, ତା’ର ତଦନ୍ତ କରୁଛି ପୁଲିସ୍। କେବଳ ସେତିକି ନୁହେଁ ଏହାକୁ ପ୍ରସ୍ତୁତ କରିବା ପାଇଁ କେଉଁ ପ୍ରକାରର କେମିକାଲ ବା ତେଲ ବ୍ୟବହାର କରାଯାଉଥିଲା ତାହାର ଅଧିକ ଖୋଳତାଡ଼ ଜାରି ରଖିଛି ପୁଲିସ। ତେବେ ଏଠାରେ ପ୍ରସ୍ତୁତ ହୋଇଥିବା ଘିଅର ସାମ୍ପୁଲକୁ ସଂଗ୍ରହ କରି ଲାବୋରେଟରୀକୁ ପଠାଇଛି ପୁଲିସ।