ଅଭିଭାବକଙ୍କୁ ଟଙ୍କା ଖଣି ଭାବୁଛନ୍ତି ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ପିଲାଙ୍କୁ ପାଠ ପଢ଼ାଇବା ବାହାନାରେ ଅଭିଭାବକ ମହଲକୁ ଭଲ କରି ଲୁଟିବା ଚକ୍କରରେ ଅଛନ୍ତି ଅଧିକାଂଶ ଶିକ୍ଷାନୁଷ୍ଠାନ । ଏହି ଚିନ୍ତାଧାରାରୁ ସରକାରୀ ଶିକ୍ଷାନୁଷ୍ଠାନ ଅଧ୍ୟାପକ କି ଶିକ୍ଷକ ଶିକ୍ଷୟିତ୍ରୀ ବାଦ୍‌ ପଡୁନାହାନ୍ତି । ବିଭିନ୍ନ ଆଳ ଦେଖାଇ ଅଭିଭାବକଙ୍କଠାରୁ ଏକାଧିକ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଗଣିନେବା ପରେ ମଧ୍ୟ ପିଲାଙ୍କ ଭବିଷ୍ୟତକୁ ମାଟି କରୁଛନ୍ତି ବହୁ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ।

ଅଧିକାଂଶ କଲେଜ ଓ ହାଇସ୍କୁଲ ଅସ୍ଥାୟୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରି ପାଠପଢ଼ା କାମଟି ସାରି ଦେଉଛନ୍ତି । ଫଳରେ ପିଲାଙ୍କ କୋର୍ସ ଧାର୍ଯ୍ୟ ସମୟ ଭିତରେ ସାରିବା ପ୍ରତି କୌଣସି କଲେଜ ପରିଚାଳନା ମଣ୍ଡଳୀ ଦୃଷ୍ଟି ଦେଉନାହାନ୍ତି । କଲେଜ ଭାବୁଛି, ସବୁ ଛାତ୍ରଛାତ୍ରୀ କୋଚିଂ ସେଂଟରକୁ ଯାଉଛନ୍ତି ତେଣୁ ନିୟମିତ ଅଧ୍ୟାପକ ଅଧ୍ୟାପିକାଙ୍କୁ ନିଯୁକ୍ତ କରିବା ଦରକାର ନାହିଁ । ଯେନତେନ ପ୍ରକାରେ ପିଲାଙ୍କୁ ପାଠ ପଢ଼ାଇ ଦେଲେ କାମ ଫତେ ।
କଙ୍କଡ଼ାକୁ ଗୋଳିପାଣି ସୁହାଇଛି । ଆମ ସରକାର ତ ପିଲାଙ୍କ ଭବିଷ୍ୟତ ସହିତ ଖେଳିବାକୁ ମଉକା ଖୋଜୁଛନ୍ତି । ଦଳୀୟ ପତାକା ଧରିବା ପାଇଁ ପିଲା ଦରକାର ପଡୁଥିବାରୁ କଲେଜରୁ ଛାତ୍ରଛାତ୍ରୀ ସଂଗ୍ରହ କରିବାକୁ ଉଚିତ ମଣିଛନ୍ତି । କଲେଜରେ ଛାତ୍ର ସଂସଦ ନିର୍ବାଚନ ବାହାନାରେ ବହୁ ରାଜନୈତିକ ଦଳକୁ ପତାକା ଧରି ଶୋଭାଯାତ୍ରା ଆଗରେ ଯିବା ପାଇଁ ଛାତ୍ରଛାତ୍ରୀ ଆରାମରେ ମିଳିଯିବେ । ତେଣୁ ପିଲାଙ୍କ ପାଠପଢ଼ାକୁ ପଚାରେ କିଏ?

ସରକାରଙ୍କ ଏଭଳି ମନୋଭାବକୁ ଦୃଷ୍ଟିରେ ରଖି ୟୁଜିସି ଅନୁଦାନ ବଳରେ ପରିଚାଳିତ କଲେଜ ମଧ୍ୟ ପିଲାଙ୍କ ଉଜୁଡ଼ା ଭବିଷ୍ୟତ ପାଇଁ ସରକାରଙ୍କୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଉଛି । ପ୍ରତିବର୍ଷ ଅନୁଦାନ ଦେବା ପୂର୍ବରୁ ୟୁଜିସି ସବୁ କଲେଜର ଶିକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ପକାଇବା ଦରକାର । କିନ୍ତୁ ଥରେ ଗୋଟିଏ କଲେଜ ୟୁଜିସି ଅନୁଦାନ ପାଇବା ପାଇଁ ଦାବିଦାର ହୋଇଯିବା ପରେ ଆଉ ତା’ର ଶିକ୍ଷା ବ୍ୟବସ୍ଥାକୁ ଲଗାତର ପରଖିବା ପାଇଁ ୟୁଜିସି ଅଧିକାରୀମାନେ ଉଚିତ ମଣୁନାହାନ୍ତି ।
କେନ୍ଦ୍ର ସରକାର ଶିକ୍ଷା ବ୍ୟବସ୍ଥାକୁ ଯେତିକି ଶକ୍ତିଶାଳୀ କରିବାକୁ ତତ୍ପରତା ଦେଖାଉଛନ୍ତି । ୟୁଜିସି ଅଧିକାରୀଙ୍କୁ କୌଣସିମତେ ମନାଇ ଶିକ୍ଷା ମେରୁଦଣ୍ଡକୁ ଦୁର୍ବଳ କରିବା ପାଇଁ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ହୀନ ରାସ୍ତା ଆଦରିଛନ୍ତି । ତେଣୁ ପିଲାମାନଙ୍କ ଭବିଷ୍ୟତକୁ କୌଣସି ଶିକ୍ଷାନୁଷ୍ଠାନ ହାତରେ ଛାଡ଼ିଦେବାର ମସ୍ତବଡ଼ ଭୁଲ କରନ୍ତୁ ନାହିଁ ।
ଦୀପାବଳିରେ ଅମ୍ବାନୀଙ୍କର ୫-ଜି ଝଟ୍‌କା
ଉପଭୋକ୍ତାଙ୍କଠାରୁ ଲୁଟିଲେ ୧୩୦୦୦ କୋଟି