ଉପଭୋକ୍ତା ଠାରୁ ଅମ୍ବାନୀ ଲୁଟିଲେ ୧୩୦୦୦ କୋଟି

ନୂଆଦିଲ୍ଲୀ: ରିଲାଏନ୍ସ କମ୍ପାନୀର ଗରାଖ ଲୁଟିବା କଳା ଟିକେ ନିଆରା । ମଉକା ଦେଖି ଉପଭୋକ୍ତାଙ୍କ ପକେଟରୁ କେତେବେଳେ କୋଟିକୋଟି ଟଙ୍କା ଚଳୁ କରିନେବେ; କେବଳ ସଫଳ ଅର୍ଥଶାସ୍ତ୍ରୀମାନେ ତା’ର ହିସାବ କରିପାରିବେ । ପୃଥିବୀର ଜଣାଶୁଣା ଧନୀଲୋକଙ୍କ ତାଲିକାରେ ମୁକେଶ ଅମ୍ବାନୀ ଅନ୍ୟତମ । କିନ୍ତୁ ଆପଣ ଜାଣନ୍ତି, ଟଙ୍କା ନିଶାରେ ମୁକେଶ ଅମ୍ବାନୀ ଯାବତୀୟ ଅଳିଆ କାମକୁ ଅତି ନିଷ୍ଠାର ସହ କରନ୍ତି ।

ଖାସ୍‌ ସେଇଥିପାଇଁ ସେ ଆଜି ଏସିଆର ଧନୀ ନମ୍ବର-୧ । ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଲୋକଙ୍କୁ ୫-ଜି ସେବା ପ୍ରଦାନ କରିବା ପାଇଁ ମୁକେଶ ଅମ୍ବାନୀ ଅକ୍ଟୋବର ୨୩ ତାରିଖରୁ ୨୮ ତାରିଖ ଭିତରେ ରିଲାଏନ୍ସ ଉପଭୋକ୍ତାଙ୍କ ୪-ଜି ଡାଟା ସେବାରେ ବିଭ୍ରାଟ ସୃଷ୍ଟି କରି ପ୍ରାୟ ୧୩୦୦୦ କୋଟି ଟଙ୍କା ଲୁଟି ନେଇଛନ୍ତି । ଲୋକଙ୍କ ପକେଟରୁ ୧୩ ହଜାର ଟଙ୍କା ଲୁଟିନେବା ପରେ ସେହି ଟଙ୍କାରେ ପୁରୁଣା ଟାୱାରର ଟେଲିସେବା କ୍ଷମତାକୁ ବଢ଼ାଇ ୫-ଜି ସେବା ଦେବାକୁ ମୁକେଶ ଯୋଜନା କରିଛନ୍ତି ।

ଗୋଟିଏ ହାତରେ କ୍ଷମତାସୀନ ଶାସକ ଦଳ ଓ ଅନ୍ୟ ହାତରେ ନ୍ୟାୟାଳୟକୁ ଧରି ମୁକେଶ ଅମ୍ବାନୀ ତାଙ୍କର ଟଙ୍କା ରୋଜଗାର ଯୋଜନାକୁ ଚରିତାର୍ଥ କରି ଚାଲିଛନ୍ତି । ଭାରତର ଉପଭୋକ୍ତା ସମାଜ ମୁକେଶ ଅମ୍ବାନୀଙ୍କୁ ମୁଦ୍ରା ରାକ୍ଷସ କବଳରୁ ଉଦ୍ଧାର କରିବା ଉଚିତ । ରିଲାଏନ୍ସ ଗ୍ରୁପ ପରିଚାଳନାଧୀନ କୌଣସି ସଂସ୍ଥାର ଉପଭୋକ୍ତା ତାଲିକାରୁ ବାଦ୍‌ ପଡ଼ିବା ଜରୁରୀ ।