ଗଂଜାମ(ସାକ୍ସୀ ନ୍ୟୁଜ୍): ଆସିକା ଧରାକୋଟ ନିକଟସ୍ଥ ଜାନବିଲି ଅନିକଟ ରୁ ରବିବାର ସକାଳ ସାତ ଘଣ୍ଟା ସମୟରେ ମହାଦେବ ଗୌଡ (୭୬) ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଶବ ଧରାକୋଟ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ସୋରଡ଼ା ବ୍ଲକ ନୂଆଗଡ ନିକଟସ୍ଥ କେଶରା ଗ୍ରାମର ମହାଦେବ ଗୌଡ ଶନିବାର ଅପରାହ୍ନ ସାଢ଼େ ଚାରିଟା ସମୟରେ ଋଷିକୁଲ୍ୟା ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଭସିଯାଇଥିଲେ। ପାରିବାର ଲୋକେ ଏହା ଜାଣିବା ପରେ ସୋରଡ଼ା ଥାନାରେ ଅଭିଯୋଗ କରିଥିଲେ ।
ସୋରଡ଼ା ଦମକଳ ବାହିନୀ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ରବିବାର ତାଙ୍କ ଶବ ଜାନବିଲି ଆଣିକଟ ରେ ସକାଳୁ ଲାଗିଥିବା ଲୋକେ ଦେଖିବାପରେ ଧରାକୋଟ ପୋଲିସ ଓ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ଧରାକୋଟ ଅଗ୍ନିଶମ ବାହିନୀ ଶବ ଉଦ୍ଧାର ପରେ ଧରାକୋଟ ପୋଲିସ ଶବ ଉଦ୍ଧାର କରି ଥାନାରେ 15/2026 ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ମହାଦେବଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।