ମତଦାନ ପାଇଁ କର୍ମଚାରୀଙ୍କୁ ମିଳିବ ଛୁଟି

ଭୁବନେଶ୍ୱର : ପଞ୍ଚାୟତ ଭୋଟ ପାଇଁ ଘୋଷଣା ହେଲା ଛୁଟି । ଏନେଇ ମୁଖ୍ୟ ନିର୍ବାଚନ କମିଶନ ଛୁଟି ଘୋଷଣା କରିଛନ୍ତି । ମତଦାନ ପାଇଁ ସମସ୍ତ କ୍ରମଚାରୀଙ୍କୁ ଛୁଟି ମିଳିବ । ମତଦାନ ଦିନ ସମସ୍ତଙ୍କୁ ଛୁଟି ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

 

ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଏହି ନିୟମ ଲାଗୁ କରାଯାଇଛି । ଅର୍ଥାତ ଯେଉଁ ଅଞ୍ଚଳରେ ଯେଉଁଦିନ ଭୋଟ ଥିବ ସେହି ଅଞ୍ଚଳର କର୍ମଚାରୀ ସେହିଦିନ ଛୁଟି ନେଇପାରିବେ । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ ଛୁଟି ନେଇପାରିବେ। ଯଦି କର୍ମଚାରୀମାନେ ଆବେଦନ ପରେ ମଧ୍ୟ ଛୁଟି ନଦିଆଯାଏ ତେବେ ଏହାକୁ ଅପରାଧ ବୋଲି ଧରାଯିବ । ଏଥର ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ ଗ୍ରହଣ ହେବ । ତେଣୁ ଯେଉଁ ତାରିଖରେ ଯେଉଁ ଅଞ୍ଚଳର ଭୋଟ ଥିବ ସେହି ଅଞ୍ଚଳର କର୍ମଚାରୀମାନେ ସେହିଦିନ ଛୁଟି ନେଇପାରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି ।