୫ ପ୍ରତିଶତ ତଳେ ପଜିଟିଭ୍ ରେଟ୍ ରହୁଛି -ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାର ଲାଗିଛି । ୧୦ ହଜାର ଉପରେ ରହୁଥିବା ଦୈନିକ ସଂକ୍ରମଣ ଏବେ ହଜାରେ ତଳକୁ ଖସୁଛି । ଯାହାକି ଏବେ ରାଜ୍ୟ ପାଇଁ ଖୁସି ଖବର ଆଣିଛି । କେବଳ ଗୋଟିଏ ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭି ରେଟ୍ ୫ ପ୍ରତିଶତ ତଳେ ରହୁଛି । ଏନେଇ ଆମେ ଆହୁରୀ ସତର୍କ ହେବାକୁ ପଡିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅଧିକ ପଜିଟିଭ ଥିବା ଅଞ୍ଚଳରେ ସର୍ଭିଲାନ୍ସ ଚାଲିଛି । ପ୍ରତିଦିନ ୬୦ ହଜାର ଉପରେ ଟେଷ୍ଟି କରାଯାଉଛି । ସେହିପରି କୋଭିଡ ସଂକ୍ରମଣ ବି ହ୍ରାସ ହେଉଛି । ତେଣୁ କରୋନା ସାର୍ଟିଫିକେଟ୍ ବାଧ୍ୟତାମୂଳକ ନାହିଁ । ସେନେଇ ସରକାର ସାମଗ୍ରିକ ଭାବେ ନିଷ୍ପତ୍ତି ନେବେ । ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଲଗାତର କରୋନା ସ୍ଥିତି ଉପରେ ନଜର ମଧ୍ୟ ରଖିଛନ୍ତି ।