ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ । ବରିଷ୍ଠ ଆଇପିଏସ୍ ସ୍ତରରେ ନୂତନ ନିଯୁକ୍ତି ଦେବାକୁ ଯାଉଛନ୍ତି ସରକାର । ସୁଶାନ୍ତ କୁମାର ନାଥ ଙ୍କୁ କାରାଗାର ଓ ସଂଶୋଧନ ସେବାର ମହାନିର୍ଦ୍ଦେଶକ(ଡିଜି) ଭାବେ ନିଯୁକ୍ତ କରାଯାଇଛି , ଯିଏକି କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିଲେ । ଦୟାଳ ଗଙ୍ଗୱାର ଙ୍କୁ  କମ୍ୟୁନିକେସନ ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ସେ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜିପି) ମୁଖ୍ୟାଳୟ ଭାବେ କାର୍ଯ୍ୟ କରୁଥିଲେ ।

ପ୍ରତୀକ ମହାନ୍ତି ଯିଏ କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିଲେ ତାଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ ମୁଖ୍ୟାଳୟ ଭାବେ ନିଯୁକ୍ତ କରାଯାଇଛି । ନାରାୟଣ ନାୟକ ଆଗରୁ ସହକାରୀ ପୋଲିସ ମହାନିରୀକ୍ଷକ, ମେରାଇନ ଓ ଉପକୂଳ ସୁରକ୍ଷା ଭାବେ କାର୍ଯ୍ୟ କରୁଥିଲେ, ତାଙ୍କୁ ବଦଳି କରାଯାଇ ସୁବର୍ଣ୍ଣପୁରର ଏସପି ଭାବେ ନିଯୁକ୍ତ କରାଯାଇଛି ।