ବଢ଼ିଲା ଅବକାରୀ ଶୁଳ୍କ, ଖୋଲିବନି ନୂଆ ମଦ ଦୋକାନ

ଆଉ ନୂଆ ମଦ ଦୋକାନ ଖୋଲିବାକୁ …..

ଭୁବନେଶ୍ୱର: ଆଉ ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି। ଏ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତିନିବର୍ଷ ପାଇଁ କାମ କରିବ ନୂଆ ଅବକାରୀ ନୀତି ୨୦୨୬-୨୯। ଅବକାରୀ ଶୁଳ୍କ ଉପରେ ୫ ପ୍ରତିଶତ ଡି-ଆଡିକ୍ସନ ସେସ୍‌ ପ୍ରବର୍ତନ କରାଯାଇଛି। ନୂଆ ଅବକାରୀ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି। ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦ ପ୍ରତିଶତ ବଢ଼ାଯିବ।

ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଇଏମ୍‌ଏଫ୍‌ଏଲ୍‌ ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି। ରାଜ୍ୟରେ ନୂତନ ଙୠୠ, ଉଖ ଦୋକାନ ଖୋଲିବାକୁ ଅନୁମତି ମିଳିବନି। ଗ୍ରାମାଂଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବନି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲିବନି। ସମସ୍ତ ଉତ୍ପାଦନ ୟୁନିଟ୍‌ ଓ ଖୁଚୁରା ଦୋକାନ ସିସିଟିଭି ନିରୀକ୍ଷଣରେ ରହିବ।