ବୁର୍ଲା MCL ପରିସରରେ ବ୍ୟାପକ ଅଗ୍ନିକାଣ୍ଡ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ଏମସିଏଲର ଆନନ୍ଦ ବିହାର କ୍ୟାମ୍ପସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଆନନ୍ଦ ବିହାରସ୍ଥିତ ପାର୍କ ନିକଟରେ ଥିବା କମ୍ୟୁନିଟି ସେଣ୍ଟରରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଫଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସବୁ ପୋଡି ଛାରଖାର ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଗତ ରାତି ପ୍ରାୟ ୧ଟାରେ ଘଟିଥିବାର ସୂଚନା ମିଳିଛି। ତେବେ ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ନିଶିଗନ୍ଧା ହଲ୍ ଜଳିଯାଇଥିଲା। ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି।