ପାଟଣା ସମବାୟ ସମିତିରେ ମିଳୁନି ୟୁରିଆ, ବଢୁଛି ଚାଷୀ ଅସନ୍ତୋଷ

କେନ୍ଦୁଝର ଜିଲ୍ଲାରେ ଚାଷ ପାଇଁ ଚାଷୀ ଏବେ ତର ତର।ଧାନ ତଳି ପଡ଼ି ସାରିଥିବା ବେଳେ…..

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଚାଷ ପାଇଁ ଚାଷୀ ଏବେ ତର ତର।ଧାନ ତଳି ପଡ଼ି ସାରିଥିବା ବେଳେ ଚାଷୀ ମାନେ ତର ତର ରେ ଚାଷକାମ ଆଗେଇନେବାକୁ ଚାହୁଁଛନ୍ତି। ହେଲେ ବିଭିନ୍ନ କାରଣ ରୁ ଚାଷ କାମ ଆଗେଇ ପାରୁନାହିଁ।ଭଲ ବର୍ଷା ହୋଇ ନଥିବା ବେଳେ ଖାଲ ଜମି ଗୁଡିକ ରେ ଚାଷୀମାନେ ଆଗୁଆ ତଳି ପକାଇ ୟୁରିଆ ସାର ପାଇଁ ସମବାୟ ସମିତି କୁ ସରକାରୀ ଦରରେ ଆଣିବା ପାଇଁ ଯାଇ ନିରାଶ ହୋଇ ଫେରୁଛନ୍ତି।ଆବଶ୍ୟକ ପରିମାଣ ୟୁରିଆ ଆସୁଥିନଥିବାରୁ ଆଗେ ଆସୁଥିବା ଲୋକଙ୍କୁ ଆଗ ଦିଆଯିବା ନ୍ୟାୟରେ ଚାଷୀ ନାମ କ୍ରମାଙ୍କ କରି ସାର ଦେବା କଥା। ପାଟଣା ବୃହତ ଆକାର ସମବାୟ ସମିତିରେ ସାର ଦିଆଯାଉଥିବାରୁ ଗ୍ରାମାଞ୍ଚଳର ଚାଷୀ ମାନେ ସାର ନପାଇ ଫେରୁଥିବା ଦେଖାଯାଉଛି।ସାରପାଇଁ ସମିତି ସାମ୍ନାରେ ଭିଡ଼ ଲାଗୁଛି।ଏକ ସମୟରେ ଚାଷୀ ପଞ୍ଜିକରଣ ଓ ସାର ବିକ୍ରୟ ହେଉଥିବା ରୁ ସମବାୟ ସମିତି ସାମ୍ନାରେ ପ୍ରବଳ ଭିଡ ଲକ୍ଷ କରାଯାଉଛି।ସାରର ଅଭାବ ଦୁର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବି କରିଛନ୍ତି।କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।