ଓମିକ୍ରନ୍‌ ଭୟ: ସ୍ଥିତି ଦେଖି ଲାଗିବ କଟକଣା

ଭୁବନେଶ୍ୱର : ସାରା ଦେଶରେ ଏବେ ଓମିକ୍ରନ ଭୟ । ଓଡିଶାରେ ବର୍ତ୍ତମାନ ସୁଦ୍ଧା ୭ଜଣ ବିଦେଶ ଫେରନ୍ତା କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେମାନେ ଓମିକ୍ରନ୍‌ରେ ପୀଡିତ ନଥିବା ବେଳେ ଅନ୍ୟ ୩ଜଣଙ୍କ ନମୁନା ସିକ୍ୟୁନସି ପାଇଁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ ତେବେ ଦିନକୁ ଦେଢ଼ ଲକ୍ଷ ଯାଏଁ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି ।

ଆମକୁ ଦେଖିବାକୁ ପଡିବ ସଂକ୍ରମଣ କେତେ ବଢୁଛି । ସେହିପରି ସିଡିସି କହିଛନ୍ତି ଯେ ଓମିକ୍ରନ ସଂକ୍ରମଣି ଅଧିକ ଭୟଙ୍କର କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି । ଯଦି ଲକ୍ଷଣ ଅଛି, ତେବେ ଟେଷ୍ଟ କରାନ୍ତୁ । ସଂଖ୍ୟା ଆମେ ପୁରା ଶୁନ କରିପାରିବା ନାହିଁ । କିନ୍ତୁ ତୁରନ୍ତ ଚିହ୍ନଟ କରି ପ୍ରତିକାର କଲେ ଆକ୍ରାନ୍ତଙ୍କ ସଂଖ୍ୟା କମେଇପାରିବା । ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।